www.samajalive.in
Monday, December 8, 2025
17.1 C
Bhubaneswar

ମହିଳାଙ୍କ ବେକରୁ ସୁନା ଚେନ ଲୁଟ, ଗାଡି ଛାଡି ଲୁଟେରା ଫେରାର

ରଗଡି: କୋରେଇ ଥାନା ରଗଡି ଅଞ୍ଚଳରୁ ଚୋରି ରାହାଜାନି ଥମିବାର ନାଁ ଧରୁନି। ଲୁଟେରାଙ୍କ ଟାର୍ଗେଟରେ ରହିଛି ଜାତୀୟ ରାଜପଥ। ମହିଳାଙ୍କୁ ପିଛା କରି ସୁନା ଚେନ ଲୁଟ କରିବା ଉପରେ ରହିଛି ସେମାନଙ୍କ ଆଖି। ପୂର୍ବରୁ ଏକାଧିକ ମହିଳା ଲୁଟର ଶିକାର ହେଉଥିବା ବେଳେ ରବିବାର ଆଉ ଜଣେ ମହିଳାଙ୍କ ବେକରୁ ୨ ଭରି ଓଜନର ଏକ ସୁନା ଚେନ ଲୁଟ ହୋଇଛି।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ନଦୁଆଁ ଗ୍ରାମର କିଶୋର କୁମାର ସାହୁ ଓ ପତ୍ନୀ ସୁଚିସ୍ମିତା ସାହୁ ଯାଜପୁର ରୋଡ଼ରୁ ଘରକୁ ଫେରୁଥିବା ବେଳେ ଅପରାହ୍ନ ୫ଟା ସମୟରେ ୨୦ ନମ୍ବର ଜାତୀୟ ରାଜପଥ କଣ୍ଟାଝରିଗଡ଼ ନିକଟରେ ଏକ ପଲସରରେ ତାଙ୍କ ପଛେ ପଛେ ଆସୁଥିବା ଦୁଇ ଜଣ ଯୁବକ ହଠାତ ସାମ୍ନାକୁ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ରଗଡି ଆଡକୁ ପଳାଇ ଯାଇଥିଲେ।

କିଶୋର ଲୁଟେରାଙ୍କ ପିଛା କରିଥିଲେ। ଲୁଟେରା ଦ୍ରୁତ ଗତିରେ ପଳାଉଥିବା ବେଳେ ବନ୍ଦି ଛକ ନିକଟରେ ଏକ ଗାଡିକୁ ସାମ୍ନା କରିବାକୁ ଯାଇ ହଡବଡେଇ ଯାଇ ଭାରସାମ୍ୟ ହରାଇ ତଳେ ପଡି ଯିବାରୁ ବାଇକ ଛାଡି ବିଲ ମଧ୍ୟରେ ପଶି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରା ପକାଇ ଦେଇ ଯାଇଥିବା ପଲସର ଗାଡି ଓ ଏକ ମୋବାଇଲକୁ ଜବତ କରିଛି। ଲୁଟେରା ନିକଟସ୍ଥ ଜଙ୍ଗଲରେ ଆତ୍ମଗୋପନ କରିଥିବା ସନ୍ଦେହରେ ପୋଲିସ ଉକ୍ତ ଅଞ୍ଚଳରେ ଛାନଭିନ ଜାରି ରଖିଛି। ଜବତ ହୋଇଥିବା ବାଇକ ଆଉ ମୋବାଇଲ ଜରିଆରେ ପୋଲିସ ଲୁଟେରାଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହେବା ସହ ଲୁଟ ସମ୍ପର୍କରେ ଅଧିକ ତଥ୍ୟ ପାଇ ପାରିବ ବୋଲି ଆଶା କରାଯାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories