www.samajalive.in
Sunday, December 7, 2025
15.1 C
Bhubaneswar

ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର କାରଣରୁ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କର ମେଧାକୁ ଭିତ୍ତିକରି ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ଘୋଷଣା କରାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଗୁରୁବାର ଦିନ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ କହିଛନ୍ତି ଯେ ଆଗାମୀ ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା କରାଯିବ।
ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତର ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ ଯେ ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ପଦକ୍ଷେପ ନିଆଯାଉଛି। ଏହାଫଳରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶନ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଆଶଙ୍କା ଦୂର ହୋଇଛି। ଏଥିସହିତ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ, ତାହା ମଧ୍ୟ ବିସ୍ତୃତ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆଟର୍ଣ୍ଣି ଜେନେରାଲ ଶ୍ରୀ ବେଣୁଗୋପାଳ କହିଥିଲେ ଯେ, ସିବିଏସଇ ଦଶମ ଓ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପାଞ୍ଚଟି ବିଷୟ ମଧ୍ୟରୁ ଯେଉଁ ତିନିଟି ବିଷୟରେ ସର୍ବାଧିକ ନମ୍ବର ରଖିଥିବେ ତାହା ବିଚାରକୁ ନିଆଯିବ। ଦ୍ୱାଦଶ ଶ୍ରେଣୀ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ୟୁନିଟ, ଟର୍ମ ଏବଂ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବରକୁ ହିସାବକୁ ନିଆଯିବ। ଯେଉଁ ଛାତ୍ରଛାତ୍ରୀ ଏହି ନମ୍ବର ଅଥବା ଗ୍ରେଡରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ପୂର୍ବ ବ୍ୟବସ୍ଥା ଅନୁଯାୟୀ ଲିଖିତ ପରୀକ୍ଷା ଦେଇପାରିବେ। ସୂଚନାଯୋଗ୍ୟ ଯେ ସିବିଏସଇ ପରୀକ୍ଷା ବାତିଲ ହେବାପରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଅଥବା ଗ୍ରେଡ ପ୍ରଦାନ କରିବା ପାଇଁ ୧୨ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ବିପିିନ କୁମାର ମଧ୍ୟ ସଦସ୍ୟ ରହିଛନ୍ତି।
କମିଟି ନିର୍ଦ୍ଧାରଣ କରିଥିବା ନୀତି ଅନୁଯାୟୀ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପ୍ରତି ବର୍ଷର ଆଭ୍ୟନ୍ତରୀଣ ଆକଳନ ନିମନ୍ତେ ପ୍ରତ୍ୟେକ ବିଷୟ ପାଇଁ ୨୦ ନମ୍ବର ଏବଂ ବର୍ଷତମାମ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷାରେ କରୁଥିବା ପ୍ରଦର୍ଶନ ଭିତ୍ତିରେ ୮୦ ନମ୍ବରକୁ ହିସାବକୁ ନିଆଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories