www.samajalive.in
Monday, December 8, 2025
27.1 C
Bhubaneswar

ନାରଦା ଲାଞ୍ଚ ମାମଲା: ଟିଏମସିର ୨ ମନ୍ତ୍ରୀ, ଜଣେ ବିଧାୟକ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

କଲକାତା: ନାରଦା ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୋମବାର ପଶ୍ଚିମବଙ୍ଗର ଟିଏମସି ମନ୍ତ୍ରୀ ଫିରହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କଲକାତାର ପୂର୍ବତନ ମେୟର ଶୋଭନ ଚଟ୍ଟୋପାଧ୍ୟାୟଙ୍କୁ ଗିରଫ କରିଛି। ସିବିଆଇ ସୋମବାର ଏହି ୪ ଜଣଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ରାଜ୍ୟପାଳ ଜଗଦୀପ ଧନଖଡ଼ ଗତ ରବିବାର ନାରଦା ଲାଞ୍ଚ ମାମଲାରେ ଏହି ୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ସହିତ ମାମଲା ଚଳାଇବା ପାଇଁ ସହମତି ପ୍ରକାଶ କରିବା ପରେ ସିବିଆଇ ଏହି ପଦକ୍ଷେପ ନେଇଛି।

ଏହି ୪ ଅଭିଯୁକ୍ତ ନାରଦା ଷ୍ଟିଙ୍ଗ ଅପରେଶନରେ ଲାଞ୍ଚ ନେଉଥିବା ଦେଖାଯାଇଥିଲା। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଷ୍ଟିଙ୍ଗ ଅପରେଶନର ଭିଡିଓ ଭାଇରାଲ ହୋଇଥିଲା। ୨୦୧୭ ମାର୍ଚ୍ଚରେ କଲକାତା ହାଇକୋର୍ଟ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ।

- Advertisement -

ସିବିଆଇ ସୂତ୍ର ଅନୁସାରେ, ଏହି ୪ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯିବ ଏବଂ ସେମାନଙ୍କୁ ସିବିଆଇ ହେପାଜନକୁ ନିଆଯାଇ ପଚରାଉଚରା କରାଯିବ। ତେବେ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ କୋର୍ଟରେ ଲଢ଼ିବୁ ବୋଲି ଫିରହାଦ୍‌ କହିଛନ୍ତି।

ଅନ୍ୟପଟେ ୨ ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ରାଗିଯାଇଛନ୍ତି। ତୁରନ୍ତ ସେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ବି ଗିରଫ କରିବା ଲାଗି ସିବିଆଇ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ। ତେବେ ଟିଏମସି ପକ୍ଷରୁ ସିବିଆଇ କାର୍ଯ୍ୟାନୁଷ୍ଠାନରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ହୋଇଛି। ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କୁ କ’ଣ ପାଇଁ ଗିରଫ କରାଯାଇ ନାହିଁ ବୋଲି ଟିଏମସି ପ୍ରଶ୍ନ କରିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories