www.samajalive.in
Tuesday, December 9, 2025
16.1 C
Bhubaneswar

ତଳେ ଟଙ୍କା ପକାଇ କ୍ୟାଶ୍‌ ଭ୍ୟାନରୁ ୫୮ ଲକ୍ଷ ଲୁଟିଲେ ଲୁଟେରା !

ହାଇଦ୍ରାବାଦ :  କ୍ୟାଶ ଭ୍ୟାନରେ ଥିବା ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ବୋକା ବନାଇ ଲୁଟେରାମାନେ ୫୮ ଲକ୍ଷ ଟଙ୍କା ଲୁଟ କରିଥିବା  ଅଭିଯୋଗ ହୋଇଛି । ଲୁଟେରାଙ୍କ ଏକ ଦଳ ହାଇଦ୍ରାବାଦର ଏକ କ୍ୟାଶ ଭ୍ୟାନରୁ ଟଙ୍କା ଲୁଟ୍‌ କରିଛନ୍ତି ।

ଆକ୍ସିସ ବ୍ୟାଙ୍କର ଏଟିଏମ୍‌ମାନଙ୍କରେ ଜମା ହେବା ପାଇଁ ଏହି ଟଙ୍କା ଯାଉଥିଲା । ଏହି ସମୟରେ ଲୁଟେରାମାନେ କ୍ୟାଶ ଭ୍ୟାନ ନିକଟରେ ଟଙ୍କା ବିଛାଇଥିଲେ । ସେଥିରେ ଥିବା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ତଳେ ଟଙ୍କା ପଡିଥିବା କଥା କହିଥିଲେ । ପରେ କର୍ମଚାରୀ ଓ ସୁରକ୍ଷା କର୍ମୀ ଟଙ୍କା ଗୋଟାଉ ଥିବା ବେଳେ ଲୁଟେରାମାନେ ଟଙ୍କା ଲୁଟି ପଳାଇଥିବା ଅଭିଯୋଗ ହୋଇଛି । ମାତ୍ର ପୁଲିସ ସିସି ଟିଭି କ୍ୟାମେରାର ଭିଡିଓକୁ ଯାଞ୍ଚ କରିବା ସହ  ଘଟଣାର ତଦନ୍ତ କରୁଛି । କ୍ୟାଶ ଭ୍ୟାନର ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ପୁଲିସ ପଚରା ଉଚରା କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories