www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ବାୟୁସେନାର ଆକ୍ରମଣରେ ୧୭୦ ଜଣ ଆତଙ୍କବାଦୀ ନିହତ.- ଇଟାଲୀୟ ସାମ୍ବାଦିକ ଫ୍ରାନସିସ୍କା ମାରିନୋ

ନୂଆଦିଲ୍ଲୀ .-  ବାଲାକୋଟ ଆକ୍ରମଣରେ କେତେଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏହାର ସଂଖ୍ୟାକୁ ନେଇ ଅନେକ ବାଦ ବିବାଦ ଚାଲିଛି । ଶାସକ ଓ ବିରୋଧିଦଳ ଏହାକୁ ନେଇ  ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ  କରିଛନ୍ତି । ମାତ୍ର ବାୟୁସେନାର ଏହା ଆକ୍ରମଣରେ ଜୈଶ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରରେ ଥିବା  ୧୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା  ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଇଟାଲୀୟ ସାମ୍ବାଦିକ   ଫ୍ରାନସିସ୍କା ମାରିନୋ ସୂଚନା ଦେଇଛନ୍ତି ।  ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରାକୁ ଆନ୍ତର୍ଜାତିକ ଆତିଙ୍କବାଦୀ ଘୋଷଣା କରାଯିବା ପରେ ସେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି ।

ନିଜର ବିଶ୍ୱସ୍ଥ ସୁତ୍ରରୁ ପାଇଥିବା ସୂଚନା ଅନୁସାରେ ପୁଲୁଓ୍ୱମା  ଆକ୍ରମଣ ପରେ ଭାରତୀୟ ବାୟୁସେନା  ପକ୍ଷରୁ ବାଲାକୋଟରେ ଥିବା ଜୈଶର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରାଯାଇଥିଲା ।  ଫେବ୍ରୁଆରୀ ୨୬ ତାରିଖ ଭୋର ୩ଟା୩୦ ସମୟରେ ଏହି ଆକ୍ରମଣ  କରାଯାଇଥିଲା । ପାକିସ୍ତାନ ସେନା ସକାଳ ୬ଟା ସମୟରେ ସେହି ସ୍ଥାନରେ ପହଞ୍ଚିଥିବା କଥା ଫ୍ରାନସିସ୍କା ମାରିନୋ ସୂଚନା ଦେଇଛନ୍ତି । ପାକିସ୍ତାନ ସେନାର ଶିବିର ଏହାର ୨୦ କିଲୋମିଟର ଦୂର ଶିଙ୍କିଆରିରେ ରହିଛି । ପରେ ପାକିସ୍ତାନ ସେନା ପକ୍ଷରୁ ଆହତ ଆତଙ୍କବାଦୀମାନଙ୍କୁ ନିକଟସ୍ଥ ହରକତ୍‌-ଉଲ୍‌-ମୁଜାହିଦ୍ଦିନ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା।  ପାକିସ୍ତାନ ସେନାର ଡାକ୍ତରମାନେ ଏହି ଆହତ ଆତଙ୍କବାଦୀମାନଙ୍କୁ ଚିକିତ୍ସା କରିଥିଲେ ବୋଲି ଫ୍ରାନସିସ୍କା ମାରିନୋ  ରିପୋର୍ଟରେ ଉଲ୍ଲେଖ କରିଛନ୍ତି  ।

- Advertisement -

ଏହି ଆକ୍ରମଣରେ ୧୩୦ରୁ ୧୭୦ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା କଥା ଫ୍ରାନସିସ୍କା ମାରିନୋ  ସୂଚନା ଦେଇଛନ୍ତି ।  ଚିକିତ୍ସା ସମୟରେ ୨୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା କଥା ସେ  ଉଲ୍ଲେଖ କରିଛନ୍ତି ।  ଏବେବି ସେହି ଶିବିରରେ ୪୫ ଜଣ ଆହତ ଆତଙ୍କବାଦୀଙ୍କର ଚିକିତ୍ସା ଚାଲିଥିବା ଫ୍ରାନସିସ୍କା ମାରିନୋ   କହିଛନ୍ତି । ସୁସ୍ଥ ହୋଇଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସେନା, ଶିବିରରୁ ଛାଡୁ ନଥିବା କଥା ସେ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେ ଆତଙ୍କବାଦୀଙ୍କ ୧୧ ଜଣ ପ୍ରଶିକ୍ଷକ , ବୋମା ପ୍ରସ୍ତୁତକାରୀ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର  ପ୍ରସ୍ତୁତକାରୀଙ୍କର ମୃତ୍ୟୁ ହୋଇଛି  । ଏହି ଆକ୍ରମଣରେ ନିହତ ଓ ଆହତ ହୋଇଥିବା ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ପାକିସ୍ତାନ ସେନା ପକ୍ଷରୁ ପୁରସ୍କାର ଦିଆଯାଇଛି । ମାତ୍ର ପାକିସ୍ତାନ ସେନା ଓ ପୁଲିସ ବୋମା ମାଡ କରାଯାଇଥିବା ସ୍ଥାନକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁରାଇ ଦେଉ ନ ଥିବା ଫ୍ରାନସିସ୍କା ମାରିନୋ ସୂଚନା ଦେଇଛନ୍ତି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories