www.samajalive.in
Monday, December 8, 2025
20.1 C
Bhubaneswar

ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ  ପୁରୀ ରଥଯାତ୍ରା ପାଇଁ ଆଜି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତା ଜୁଲାଇ ୧୨ ତାରିଖ ଦିନ ରଥଯାତ୍ରା ହେବ। ଶ୍ରୀ ଗୁଣ୍ଡିଚା ଦିନ ପହଣ୍ଡି ସକାଳ ସାଢ଼େ ୮ଟା ଟାରୁ ଆରମ୍ଭ ହେବ। ଗଜପତି ମହାରାଜ ଅପରାହ୍ଣ ୨ଟାରେ ଛେରା ପହଁରା କରିବେ। ଏହା ପରେ ଅପରାହ୍ଣ ୩ଟାରୁ ରଥ ଟଣା କାର୍ଯ୍ୟକ୍ରମ ହେବ। ସେହିପରି ବାହୁଡ଼ା ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ଣ ୪ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି

ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ କରାଯିବ ବୋଲି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।

- Advertisement -

ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ ଏବଂ ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି ହେବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳ ୮.୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଏବଂ ଅପରାହ୍ଣ ୩ଟାର ରଥଟଣା ହେବ। ସେହିପରି ବାହୁଡ଼ା ଯାତ୍ରା ପାଇଁ ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି ଏବଂ ଅପରାହ୍ଣ ୪ଟାରେ ରଥଟଣା ହେବ। ଅପରପକ୍ଷରେ ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା ଯାଏଁ ହେବ ବୋଲି ଜଣାପଡ଼ିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories