www.samajalive.in
Monday, December 8, 2025
27.1 C
Bhubaneswar

ଜାଣିଛନ୍ତି କି କେଉଁ ରଙ୍ଗର ଗାଡିକୁ ଗ୍ରାହକ ଅଧିକ କିଣିଥାନ୍ତି ; ପଢନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ : ଗାଡି କିଣିବା ସମୟରେ ଲୋକମାନେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇଥାନ୍ତି। ବିଶେଷ କରି ଗାଡିର ରଙ୍ଗକୁ ନେଇ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ଏହାକୁ ନେଇ କିଛି ଲୋକମାନେ ଜ୍ୟୋତିଷଙ୍କ ମତ ନେଇଥିବା ମଧ୍ୟ ଦେଖୀବାକୁ ପଡିଥାଏ। କେଉଁ ରଙ୍ଗର ଗାଡି କିଣିଲେ ଭବିଷ୍ୟତ ପାଇଁ ଭଲ ରହିବ ଓ ସମସ୍ତଙ୍କ ଠାରୁ କିପରି ଅଲଗା ଲାଗିବେ। ଏ ସବୁକୁ ଦୃଷ୍ଟିରେ ରଖି ଗ୍ରାହକ ଗାଡି କିଣିବାକୁ ଯାଇଥାନ୍ତି।
ଏକ ରିପୋର୍ଟ ମୁତାବିକ ୨୦୧୮ରେ ଭାରତର ୪୩% ଲୋକ ଧଳା ରଙ୍ଗର ଗାଡି କିଣିଛନ୍ତି। ଅଗ୍ରଣୀ ରଙ୍ଗ କମ୍ପାନୀ ବିଏଏଫ୍‍ଏସ୍‍ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ବିଏଏଫ୍‍ଏସ୍‍ ମୁଖ୍ୟ ଚିହାରୁ ମନସୁହାରାଙ୍କ କହିବା ଅନୁସାରେ ଧଳା ରଙ୍ଗର ଗାଡି କିଣିବାକୁ ଅଧିକ ପସନ୍ଦ କରିଥାନ୍ତି। ଭାରତରେ ଗରମ ଜଳବାୟୁ ଯୋଗୁଁ ଧଳା ଗାଡି କିଣିଥାନ୍ତି। କାରଣ ଧଳା ରଙ୍ଗ ଗାଡିରେରେ ସହଜରେ ଗରମ ଲାଗିନଥାଏ।
ଏହାବ୍ୟତୀତ ଏହି ରିପୋର୍ଟରେ ଗ୍ରେ ରଙ୍ଗ ଦ୍ୱିତୀୟ ଓ ସିଲଭର ରଙ୍ଗ ତୃତୀୟ ସ୍ଥାନରେ ରହିଛି। ଭାରତରେ ଗରମ ଜଳବାୟୁ ରହୁଥିବାରୁ ଧଳା ରଙ୍ଗର ଗାଡିକୁ ଲୋକମାନେ ଅଧିକ ପସନ୍ଦ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଗ୍ରେ ରଙ୍ଗ ହାଲକା ରହିଥିବାରୁ ଏହାକୁ ଲୋକମାନେ ପସନ୍ଦ କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories