www.samajalive.in
Monday, December 8, 2025
20.1 C
Bhubaneswar

ବିହାର ବିଧାନସଭା ନିର୍ବାଚନ – ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର

ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ଚାଲିଛି ଏବଂ ଏହା ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ। ଏହି ପର୍ଯ୍ୟାୟରେ କିଶନଗଞ୍ଜ, କଟିହାର, ମାଧେପୁରା, ସୁପାଲ, ଦରଭଙ୍ଗା ଏବଂ ମଧୁବନୀ ସମେତ ୧୫ଟି ଜିଲ୍ଲାର ୭୮ଟି ନିର୍ବାଚନମଣ୍ଡଳୀରେ ନଭେମ୍ବର ୭ରେ ମତଦାନ ଅନୁଷ୍ଠିତ ହେବ। ବାଲ୍ମୀକି ନଗର ସଂସଦୀୟ ଆସନ ପାଇଁ ମଧ୍ୟ ସେହିଦିନ ଉପ-ନିର୍ବାଚନ ହେବ।

ଆଜି ବିଭିନ୍ନ ଦଳର ବରିଷ୍ଠ ନେତା ତଥା ତାରକା ପ୍ରଚାରକମାନେ ନିର୍ବାଚନୀ ରାଲି ସହ ପ୍ରଚାର କାର୍ଯ୍ୟ କରିଛନ୍ତି। ବିଶେଷ ଭାବେ ମିଥିଳାଞ୍ଚଳ, ସିମାଞ୍ଚଳ ଏବଂ କୋଶୀ ଅଂଚଳରେ ଏକାଧିକ ନେତା, ପ୍ରାର୍ଥୀ ଓ ସମର୍ଥକ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ପୂର୍ଣ୍ଣିୟା ଜିଲ୍ଲାର ଧମଦହାଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ସବୁଠାରୁ ବଡ ସଫଳତା ହେଉଛି ଦୁର୍ନୀତିମୁକ୍ତ ଶାସନ। ସେ କହିଛନ୍ତି ଯେ ଲୋକମାନେ କୌଣସି ବାଧାବିଘ୍ନ ବିନା କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ପଠାଇଥିବା ପରିମାଣ ଶତପ୍ରତିଶତ ପହଞ୍ଚୁଛି।

- Advertisement -

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ମାଧେପୁରାର ବିହାରୀଗଞ୍ଜରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏନଡିଏ ଆଣିଥିବା ତିନୋଟି କୃଷି ଆଇନ କୃଷକ ବିରୋଧୀ। ପୂର୍ବତନ କଂଗ୍ରେସ ସଭାପତି କେନ୍ଦ୍ର ଏବଂ ବିହାର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପିଆଜ ଏବଂ ପନିପରିବାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନୂତନ ଭାବେ ପାସ ହୋଇଥିବା ନିୟମଗୁଡ଼ିକର ଖରାପ ପ୍ରଭାବ ବର୍ତ୍ତମାନ ଦେଖାଯାଉଛି।

ଜେଡି (ୟୁ) ସଭାପତି ତଥା ସିଏମ ନୀତୀଶ କୁମାର କିଶନଗଞ୍ଜ ଏବଂ ଠାକୁରଗଞ୍ଜରେ ସାଧାରଣ ସଭା କରିଛନ୍ତି। ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଲକ୍ଷ ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିଛି।

ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଟିହାର, ଦରଭଙ୍ଗା, ମଧୁବନୀ ଏବଂ ସହର୍ଷ ଜିଲ୍ଲାରେ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ମହା ଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ଆଜି ଶେଷ ପର୍ଯ୍ୟାୟରେ ଅନେକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। କିଶନଗଞ୍ଜର ବାହାଦୁରଗଞ୍ଜଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି ଯେ ୧୦ ଲକ୍ଷ ଚାକିରୀ ଯୋଗାଇବା ତାଙ୍କର ପ୍ରାଥମିକତା ଏବଂ ଏଥିରୁ ବିଚ୍ୟୁତ ହେବାର ପ୍ରଶ୍ନ ନାହିଁ। ଆରଜେଡି ନେତା କହିଛନ୍ତି, ବେରୋଜଗାର ଯୁବକ ଏବଂ ପ୍ରବାସୀ ଲୋକଙ୍କର ଦୁଃଖ ତାଙ୍କ ପାଇଁ ଏକ ମୂଳ ପ୍ରସଙ୍ଗ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories