www.samajalive.in
Tuesday, December 9, 2025
16.1 C
Bhubaneswar

ବିଦେଶୀ ପ୍ରସାରକଙ୍କ ସହ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରକଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଲାଭ କରିଛି। ବିଦେଶୀ ପ୍ରସାରକମାନଙ୍କ ସହିତ ବୁଝାମଣା ଫଳରେ ସାର୍ବଜନୀକ ପ୍ରସାରକମାନେ ନୂତନ ଦୃଷ୍ଟିକୋଣ ଓ ପ୍ରାଦ୍ୟୋଗିକୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିବେ। ଏହା ଗଣମାଧ୍ୟମର ଉଦାରୀକରଣ ଏବଂ ଜଗତିକରଣରେ ମଧ୍ୟ ସହାୟକ ହେବ। ଏହି ଏମ.ଓ.ୟୁ ରେଡିଓ ଓ ଟେଲିଭିଜନକୁ ବାହାରର ପ୍ରତିଯୋଗିତାର ସମ୍ମୁଖୀନ ହେବା ଏବଂ ନୂଆ ନୂଆ ବୈଷୟିକ ଜ୍ଞାନର ଚାହିଦା ମେଣ୍ଟାଇବାରେ ସାହାଯ୍ୟ କରିବ। ଏହି ନିଷ୍ପତ୍ତି ପରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ପାରସ୍ପରିକ ଆଦାନପ୍ରଦାନ ଓ ସହ-ନିର୍ମାଣ ମାଧ୍ୟମରେ ହେବ। ଏହାଦ୍ୱାରା ଆକାଶବାଣୀ ଓ ଦୂରଦର୍ଶନର ଶ୍ରୋତା ଓ ଦର୍ଶକମାନଙ୍କ ପାଇଁ ସମାନ ତଥା ଉତ୍ତମମାନର କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇପାରିବ।

ପ୍ରଯୁକ୍ତିବିଦ୍ୟା, ବିଶେଷଜ୍ଞତାର ଆଦାନ-ପ୍ରଦାନ ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ଫଳରେ ସାର୍ବଜନୀକ ପ୍ରସାରକମାନଙ୍କୁ ପ୍ରସାରଣ କ୍ଷେତ୍ରରେ ନୂତନ ଆହ୍ୱାନର ମୁକାବିଲା କରିବାରେ ସହାୟତା ମିଳିବ। ପାରସ୍ପରିକ ସହଯୋଗରେ ପ୍ରସ୍ତୁତ କାର୍ଯ୍ୟକ୍ରମର ପ୍ରସାରଣ ଫଳରେ ଦୂରଦର୍ଶନ ଓ ଆକାଶବାଣୀର ଦର୍ଶକ ଏବଂ ଶ୍ରୋତାଙ୍କ ମଧ୍ୟରେ ସମତା ଓ ସମାବେଶନର ବାତାବରଣ ସୃଷ୍ଟି ହୋଇ ପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories