www.samajalive.in
Wednesday, December 10, 2025
26.1 C
Bhubaneswar

ଏନଆରସି ଭୟରେ ପଶ୍ଚିମବଙ୍ଗରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ : ମମତା ବାନାର୍ଜୀ

କଲକାତା: ଏନଆରସି ଭୟରେ ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ମମତା ବାନାର୍ଜୀ। ମଙ୍ଗଳବାର ନଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପହିଛନ୍ତି ସିଏଏ ଏବଂ ଏନଆରସି ହେଉଛି କଳାଯାଦୁ ସଦୃଶ। ଏହି ଏନଆରସି ଏବଂ ସିଏଏକୁ ନେଇ ଆସାମରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଡରରେ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇ ସାରିଛି।

- Advertisement -

ଆହୁରୀ ମଧ୍ୟ ମମତା କହିଛନ୍ତି ମତେ ବିଜେପି ଦେଶରୁ ବାହାର କରିଦେଖାଉ କାରଣ ମୋ ପାଖରେ ମୋ ମାଆଙ୍କ ଜନ୍ମ ପ୍ରମାଣ ପତ୍ର ନାହିଁ। ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର୍)କୁ ନେଇ ମମତା ପଶ୍ଚିମବଙ୍ଗବାସୀଙ୍କୁ କହିଛନ୍ତି ଯଦି କେହିବି ଆପଣଙ୍କୁ କୌଣସି କାଗଜପତ୍ର ମାଗେ ତେବେ କାହାକୁ ଏହା ଦିଅନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ଆଧାରକାର୍ଡ ଅବା ପରିବାରର ଅନ୍ୟ କୌଣସି କାଗଜପତ୍ର ମାଗନ୍ତି ତେବେ ମୁଁ ନ କହିବା ପର୍ୟ୍ୟନ୍ତ ଏହା ଦିଅନ୍ତୁ ନାହିଁ ବୋଲି ମମତା କହିଛନ୍ତି। ମୋଦୀ ସରକାର ଶାହିନବାଗରେ ଏନଆରସି ଏବଂ ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଲୋକମାନଙ୍କୁ ଡରାଇବା ପାଇଁ ପ୍ରାୟସ କରୁଥିବା ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories