www.samajalive.in
Tuesday, December 9, 2025
16.1 C
Bhubaneswar

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍‍ ପୁନଃ ନବିକରଣ ଶକ୍ତି ଲକ୍ଷ୍ୟ ହାସଲ କରିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୨୦୧୫ ପ୍ୟାରିସ୍‍ ଜଳବାୟୁ ରାଜିନାମା ଅନୁଯାୟୀ ଭାରତ ପୂରଣ କରିବାକୁ ଥିବା ଧାର୍ଯ୍ୟ ଲକ୍ଷ୍ୟକୁ ଯଥେଷ୍ଟ ଆଗରୁ ହାସଲ କରିସାରିଛି। ବିଶ୍ୱ ଜଳବାୟୁ ଶିଖର ବୈଠକ ୨୦୨୦ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏହାର ସୌରଶକ୍ତି କ୍ଷମତାକୁ ୨.୬୩ ଗିଗାୱାଟ୍‍ରୁ ୩୬ ଗିଗାୱାଟ୍‍କୁ ଇତିମଧ୍ୟରେ ବୃଦ୍ଧି କରିସାରିଛି। ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏହାର ଧାର୍ଯ୍ୟ ଲକ୍ଷ୍ୟକୁ କେବଳ ହାସଲ କରିବ ନାହିଁ ବରଂ ଏ କ୍ଷେତ୍ରରେ ଅଧିକ ବିକଶିତ ହୋଇ ସାରିଥିବ। ଇତି ମଧ୍ୟରେ ଭାରତର ଜଙ୍ଗଲାଞ୍ଚଳରେ ମଧ୍ୟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପୁନଃ ନବିକରଣ ଶକ୍ତି କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ପାଇଛି ଏବଂ ଆସନ୍ତା ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍‍ ପୁନଃ ନବିକରଣ ଶକ୍ତି ଲକ୍ଷ୍ୟକୁ ହାସଲ କରିପାରିବ। ଐତିହାସିକ ପ୍ୟାରିସ୍‍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ପାଳନ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହୋଇଛି। ପ୍ୟାରିସ୍‍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା। ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି। ଜାତିସଂଘ ସହଭାଗିତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବୈଠକର ନିସ୍କର୍ଷ ଯୁବପିଢ଼ି ଏବଂ ଆଗାମୀ ବଂଶଧରମାନଙ୍କୁ ଏ କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories