www.samajalive.in
Sunday, December 7, 2025
13.1 C
Bhubaneswar

ଓଲଟିବା ପରେ ଜଳିଗଲା ବସ୍‍, କେତେକ ଯାତ୍ରୀ ଜୀବନ୍ତଦଗ୍ଧ ଆଶଙ୍କା

ରାଞ୍ଚି : ରାଞ୍ଚି-ରାମଗଡ଼ ରାଜପଥର ଚଟୁପାଲୁ ଘାଟି ନିକଟରେ ସୋମବାର ରାତି ପ୍ରାୟ ୯ଟା ବେଳେ ଏକ ଯାତ୍ରୀବାହୀ ବସ୍‍ ଓ ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସ୍‍ଟି ନିଅାଁ ଲାଗି ଜଳିଯାଇଛି। ବସରୁ ବାହାରି ପାରି ନ ଥିବା କେତେକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଆଶଙ୍କା କରାଯାଉଛି। ବସ୍‍ରୁ ବାହାରି ଆସିବରେ ସଫଳ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାମଗଡ଼ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରୁ ସାହେବଗଂଜ ଅଭିମୁଖେ ଯାଉଥିବା ଆଶୀର୍ବାଦ ନାମକ ଏକ ବସ୍‍ ରାଞ୍ଚି-ରାମଗଡ଼ ରାଜପଥର ଚଟୁପାଲୁ ଘାଟି ନିକଟରେ ସୋମବାର ରାତି ପ୍ରାୟ ୯ଟା ବେଳେ ଏକ ଟ୍ରକ୍‍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବସ୍‍ଟି ଓଲଟି ପଡ଼ିବାର ମୁହୂର୍ତ୍ତକ ମଧ୍ୟରେ ପଛରୁ ଆସୁଥିବା ଦୁଇଟି ଗାଡ଼ି ବସ୍‍ରେ ପିଟି ହୋଇଥିଲେ। ଫଳରେ ବସ୍‍ରେ ନିଅାଁ ଲାଗିଯାଇଥିଲା। ନିଅାଁରେ ବସ୍‍, ଟ୍ରକ୍‍ ଓ ଅନ୍ୟ ଦୁଇ ଗାଡ଼ି ଜଳିଯାଇଛନ୍ତି। ଓଲଟି ପଡ଼ିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‍ରୁ ଯାତ୍ରୀମାନେ ବାହାରି ଆସିଥିଲେ। ତେବେ କେତେକ ଯାତ୍ରୀ ବସ୍‍ରୁ ବାହାରି ପାରି ନାହାନ୍ତି ଓ ନିଅାଁରେ ଜଳିଯାଇଥିବା ଆଶଙ୍କା କରାଯାଉଛି। ନିଅାଁକୁ ଦୃଷ୍ଟିରେ ରଖି ପୁଲିସ୍‍ ଦୁର୍ଘଟଣାସ୍ଥଳରୁ ଦୁଇ କିଲୋମିଟର ଦୂରରେ ରାସ୍ତାର ଦୁଇ ପାର୍ଶ୍ବରେ ଅନ୍ୟ ଗାଡ଼ିକୁ ଅଟକାଇ ରଖିଛି। ଚଳାଚଳ ବନ୍ଦ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିଙ୍କ ଲମ୍ବା ଧାଡି ଲାଗିଛି। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories