www.samajalive.in
Monday, December 8, 2025
20.1 C
Bhubaneswar

୩୯ ବର୍ଷର ରେକର୍ଡ ଭାଙ୍ଗିଲେ ବୁମ୍‌ରା

ମେଲ୍‌ବୋର୍ଣ୍ଣ : ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩୩ ରନରେ ୬ଟି ୱିକେଟ ଅକ୍ତିଆର କରି ଦଳକୁ ମଜଭୁତ ସ୍ଥିତିରେ ଉପନୀତ କରାଇଛନ୍ତି। ଏହି ଅବସରରେ ୨୫ ବର୍ଷୀୟ ବୁମ୍‌ରା ୩୯ ବର୍ଷର ଭାରତୀୟ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଟେଷ୍ଟ ଖେଳିବାର ପଦାର୍ପଣ ବର୍ଷରେ ବୁମ୍‌ରା ଏପର୍ଯ୍ୟନ୍ତ ୪୫ଟି ୱିକେଟ ଅକ୍ତିଆର କରିସାରିଛନ୍ତି। ଏହା କୌଣସି ଭାରତୀୟ ବୋଲରଙ୍କ ପାଇଁ ରେକର୍ଡ। ୧୯୭୯ରେ ତତ୍କାଳୀନ ବାମହାତି ସ୍ପିନର ଦିଲୀପ ଦୋଷୀ ଟେଷ୍ଟ ଫର୍ମାଟରେ ପଦାର୍ପଣ କରିଥିବାବେଳେ ସେହିବର୍ଷ ୪୦ଟି ୱିକେଟ ଅକ୍ତିଆର କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଏହି ତାଲିକାରେ ଭେଙ୍କଟେଶ ପ୍ରସାଦ (୩୭ ୱିକେଟ-୧୯୯୬) ତୃତୀୟ, ନରେନ୍ଦ୍ର ହିରୱାନୀ (୩୬ ୱିକେଟ-୧୯୮୮) ଚତୁର୍ଥ ଓ ଶ୍ରୀଶାନ୍ତ (୩୫ ୱିକେଟ-୨୦୦୬) ପଞ୍ଚମ ସ୍ଥାନରେ ରହିଛନ୍ତି। ପୁନଶ୍ଚ ଏହା ବୁମ୍‌ରାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ଚଳିତବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୪ ରନରେ ୫ଟି ୱିକେଟ ବୁମ୍‌ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories