www.samajalive.in
Sunday, December 7, 2025
15.1 C
Bhubaneswar

ବୁଧଙ୍କ ରାଶି ପରିବର୍ତ୍ତନ : ଏହି ରାଶିଙ୍କୁ ମିଳିବ ଶୁଭଫଳ, ଅଛି କି ଆପଣଙ୍କ ରାଶି?

ଗ୍ରହମାନଙ୍କ ପ୍ରଭାବ ସମସ୍ତ ରାଶିରେ ରହିଛି। ଏହି କାରଣରୁ ଅନେକ ସମୟରେ ସମସ୍ତ ରାଶିଙ୍କୁ ଭିନ୍ନ ଭିନ୍ନ ଫଳ ଭୋଗିବାକୁ ପଡିଥାଏ ବୋଲି ମାନ୍ୟତା ରହିଛି।
ଫେବ୍ରୁଆରୀ ୧ରୁ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କ ରାଶି ପରିବର୍ତ୍ତନ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ।
ବୁଧଗ୍ରହଙ୍କ ଏହି ରାଶିର ପରିବର୍ତ୍ତନ କାରଣରୁ କିଛି ସ୍ୱତନ୍ତ୍ର ରାଶିଙ୍କୁ ଲାଭ ମିଳିବ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ରାଜକୁମାର କୁହାଯାଏ। ଏହାସହ ବୁଧ ବୁଦ୍ଧି ଓ ବାଣୀର କାରକ ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..
ବୁଧଙ୍କ ରାଶି ପରିବର୍ତ୍ତନ ମେଷ ରାଶି ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ମେଷ ରାଶିଙ୍କୁ ଖୁସି ଖବର ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଖୁବ ଲାଭବାନ୍‌‌ ହେବେ।
ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଆର୍ଥିକ ଲାଭ ମିଳିବ। ଘରେ ଖୁସିର ଆଗମନ ହେବ। ଚାକିରିରେ ପଦୋନ୍ନତି ହେବ। ଅଧିକ ଖର୍ଚ୍ଚାନ୍ତ ହେବେ ନାହିଁ।
ସିଂହ ରାଶି – ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ସିଂହ ରାଶିର ବ୍ୟକ୍ତି ବିଶେଷ ନିଜ ଇଚ୍ଛା ଅନୁଯାୟୀ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଚ୍ୟାଲେଞ୍ଜ ପରିସ୍ଥିତି ଆସିଲେ ମଧ୍ୟ ଏହାକୁ ସାମ୍ନା କରିବାକୁ ସକ୍ଷମ ହେବେ। ଧନର ନୂତନ ସ୍ରୋତ ମିଳିବ।
ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories