ନୂଆଦିଲ୍ଲୀ: ଆଜି ଲୋକସଭାରେ ଉପସ୍ଥାପନା ହେବ ୨୦୨୨-୨୩ ବଜେଟ୍ । ପୂର୍ବାହ୍ନ ୧୧ଟାରେ ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ପାର୍ଲାମେଣ୍ଟରେ ଚତୁର୍ଥ ଥର ପାଇଁ ବଜେଟ୍ ଉପସ୍ଥାପନା କରିବେ । ଆଜିର ବଜେଟ୍ ଉପରେ ସାରା ଦେଶର ନଜର ରହିଥିବା ବେଳେ, ରେଳ ବଜେଟରେ ଓଡ଼ିଶାକୁ ମିଳିପାରେ ଅଧିକ ପାଣ୍ଠି । ବଜେଟରେ କୃଷି ଓ କୃଷକଙ୍କୁ ଅଧିକ ଫୋକସ ରହିଥିବା ନେଇ ଅନୁମାନ କରାଯାଉଛି । ତାହା ସହ ଆୟକର ସୀମାରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ବଧ୍ୟବିତ୍ତବର୍ଗଙ୍କୁ ଟିକସ ରିହାତି ଦେଇପାରନ୍ତି କେନ୍ଦ୍ର ସରକାର । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି ।
ପ୍ରଦୂଷଣ ଓ ପେଟ୍ରୋଲ ଡିଜେଲର ଦରକୁ ଦେଖିବାକୁ ଗଲେ ବୈଦ୍ୟୁତିକ ଯାନ ଲାଗି ମଧ୍ୟ କିଛି ବ୍ୟବସ୍ଥା ହୋଇପାରେ । ବୈଦ୍ୟୁତିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀ ଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଅନୁୂମାନ କରାଯାଛି । ଆଜିଠୁ ଆରମ୍ଭ ହେବାକୁ ଥିବେ ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୧ ଯାଏ ଚାଲିବ । ତା’ ପରେ ଦ୍ୱିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ ।



