www.samajalive.in
Tuesday, December 9, 2025
16.1 C
Bhubaneswar

ନୀଳଗିରିରୁ ୧୪ଲକ୍ଷ ଟଙ୍କାର ଧଳା ଜହର ଜବତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଅବକାରୀ ବିଭାଗ  ଜଣେ ବ୍ରାଉନସୁଗର ବା ଧଳା ଜହର ବେପାରୀକୁ ଗିରଫ କରିଥିବା ବେଳେ ତା’ଠାରୁ ୧୪ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ନୀଳଗିରି ଅବକାରୀ ଥାନା ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ ଏବଂ ଓଆଇସି ଜଗନ୍ନାଥ ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ପହଞ୍ଚିଥିଲା । ଅବକାରୀ କର୍ମଚାରୀମାନେ ସାଧା ପୋଷାକରେ ଗରାଖ ସାଜି ଉକ୍ତ ଅଞ୍ଚଳର ଏକ ହୋଟେଲ ପାଖରେ ବସିଥିବା ବେପାରୀ ଲୁଲୁ ଓରଫ ଜଗଦ୍ଦୀଶ ପାଣିଗ୍ରାହୀଙ୍କୁ ବ୍ରାଉନ ସୁଗର ମାଗିଥିଲେ । ବେପାରୀ ଜଣକ ଏହି ବ୍ରାଉନସୁଗର ଆଣିବାକୁ ଯାଇଥିବା ଦେଖି ତାକୁ ମାଡ଼ି ବସିଥିଲେ । ଏହି ବେପାରୀଙ୍କ ଠାରୁ ୧୪୦ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ କରାଯିବା ପରେ ତାକୁ ରାତିରେ ବାଲେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି । ଚଢ଼ଉରେ କନଷ୍ଟେବଳ ସନ୍ତୋଷ ବେହେରା, ତପନ ମଲ୍ଲିକ , ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories