www.samajalive.in
Saturday, December 6, 2025
26.1 C
Bhubaneswar

ଆଲମୀରା ନିକଟରେ ଝାଡ଼ୁ ରଖିବା ଉଚିତ ନୁହେଁ

ବାସ୍ତୁର ଏହି ନିୟମ ଗୁଡ଼ିକୁ ପାଳନ କରାଗଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଗୃହରେ ସୁଖଶାନ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ଏହା ବିଷୟରେ ……..
ପୂର୍ବ ଦିଗରେ ଘରର ସମ୍ପତ୍ତି ଏବଂ ଆଲମୀରା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଧନସମ୍ପତ୍ତିର ବୃଦ୍ଧି ହୋଇଥାଏ।
ଆଲମୀରାରେ ଟଙ୍କା ଓ ମୂଲ୍ୟବାନ ଜିନିଷ ରଖାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆଲମୀରା ନିକଟରେ ଝାଡ଼ୁ ରଖିବା ଉଚିତ ନୁହେଁ।
ନକରାତ୍ମକ ଶକ୍ତି ଦୂର କରିବା ପାଇଁ ସପ୍ତାହ ଥରେ ପାଣିରେ ଲୁଣ ପକାଇ ନିଶ୍ଚୟ ଘର ପୋଛନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତିର ଓ ସକରାତ୍ମକ ବାତାବରଣ ସର୍ବଦା ରହିଥାଏ।
ପୂଜା ସ୍ଥାନ ଶୟନ କକ୍ଷରେ ରଖନ୍ତୁ ନାହିଁ। ଶୟନ କକ୍ଷରେ ପୂଜାସ୍ଥାନ ଥିଲେ ଘରେ କଳହ ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଝାଡୁ ଦାନ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଗୃହର ଐଶାନ୍ୟ କୋଣରେ ଏକ ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ଟଙ୍କାପଇସାର ଅଭାବ ହୋଇନଥାଏ।
ଘରର ଗାଧୁଆଘରର କବାଟ ଖୋଲା ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ମହିଳାଙ୍କୁ ସମ୍ମାନ କରନ୍ତୁ –
ଯେଉଁ ଘରେ ମହିଳାଙ୍କୁ ସର୍ବଦା ସମ୍ମାନ ଦିଆଯାଏ, ସେଠାରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ଦମ୍ପତ୍ତିଙ୍କ ମଧ୍ୟରେ କଳହ ଲାଗିରହୁଥିଲେ ଏହି ସମସ୍ୟାର ସମାଧାନ ପ୍ରଥମେ କରନ୍ତୁ। କାରଣ କଳହ ଲାଗି ରହିଲେ ମା’ଲକ୍ଷ୍ମୀ କୋପ କରିଥାଆନ୍ତି।
ଶୁକ୍ରବାର ଦିନ ବ୍ରତ କରନ୍ତୁ –
ଶୁକ୍ରବାର ଦିନକୁ ମା’ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ। ମା’ଙ୍କ ପାଇଁ ଏହି ବ୍ରତ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ମିଳିଥାଏ। ଘରେ ସର୍ବଦା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଗୃହର ବାସ୍ତୁ ଦୋଷ ଦୂର କରନ୍ତୁ –
ଘରର ବାସ୍ତୁ ସମସ୍ୟା ଥିଲେ ମା’ଲକ୍ଷ୍ମୀ ସେଠାରେ ବାସ କରି ନଥାଆନ୍ତି। ବାସ୍ତୁରେ ପ୍ରତ୍ୟେକ ଜିନିଷ ଦିଗ ନିର୍ଦ୍ଧାରିତ ହୋଇ ରହିଛି। ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ନିୟମ ମାନି ଏହାର ପାଳନ କରିବା ଦ୍ୱାରା ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ ଓ ମା’ ସେହି ଗୃହରେ ସର୍ବଦା ବାସ କରିଥାଆନ୍ତି।
ଜାତକରେ ଶୁକ୍ରଗ୍ରହଙ୍କୁ ମଜଭୂତ ରଖନ୍ତୁ –
ଯେଉଁ ବ୍ୟକ୍ତିଙ୍କ ଜାତକରେ ଶୁକ୍ରଗ୍ରହ ସଠିକ ସ୍ଥିତି ଓ ଭଲ ଭାବେ ରହିଥାଆନ୍ତି, ତାଙ୍କ ଉପରେ ମା’ଙ୍କ ଆଶୀର୍ବାଦ ସର୍ବଦା ରହେ ଓ ସେହି ଗୃହରେ ମା’ବାସ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଗ୍ରହକୁ ସୁଖସମୃଦ୍ଧିର ଗ୍ରହ କୁହାଯାଏ। ଶୁକ୍ରଙ୍କ ସ୍ଥିତି ଦୁର୍ବଳ ହେଲେ ଟଙ୍କାପଇସାର ସମସ୍ୟା ସୃଷ୍ଟି ହୁଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories