www.samajalive.in
Tuesday, December 9, 2025
17.1 C
Bhubaneswar

୧୦ ବର୍ଷର ଗବେଷଣା ସଫଳ: ଏସିଡ୍‍ ଆକ୍ରମଣରୁ ବଞ୍ଚାଇବ ମେକ୍‍ଅପ୍‍

ଲଣ୍ଡନ : ବ୍ରିଟେନ୍‍ ୟୋର୍କଶିରେର ଜଣେ ମହିଳା ଡାକ୍ତର ଏସିଡ୍‍ ନିରୋଧୀ ମେକଅପ୍‍ (ରାସାୟନିକ ଦ୍ରବ୍ୟ) ପ୍ରସ୍ତୁତ କରିଛନ୍ତି। ମହିଳାଙ୍କୁ ଏସିଡ୍‍ ଆକ୍ରମଣରୁ ବଞ୍ଚାଇବା ପାଇଁ ୩୨ ବର୍ଷିୟା ଡାକ୍ତର ଆଲମସ ଅହମଦ ୧୦ ବର୍ଷ ତଳେ ଗବେଷଣା ଆରମ୍ଭ କରିଥିଲେ। ୧୦ବର୍ଷର କଠିନ ଅଧ୍ୟବସାୟ ପରେ ସେ ମହିଳାଙ୍କ ମେକଅପ ପାଇଁ ରାସାୟନିକ ଦ୍ରବ୍ୟ (କେମିକାଲ) ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଏହି କେମିକାଲକୁ ଫାଉଣ୍ଡେସନ୍‍ କ୍ରିମରେ ମିଶାଇ ସହଜରେ ମୁଖରେ ଲଗାଇ ହେବ। ଏହି କେମିକାଲ ଦୈନନ୍ଦିନ ମେକ୍‍ଅପ ଭଳି କାମ ଦେବ। ଏଥିରେ ଗରମ ଏବଂ ଏସିଡ୍‍ ନିରୋଧୀ ଶକ୍ତି ଅଛି। ଏହା ଦୈନନ୍ଦିନ ମେକଅପ ଭଳି ଦେଖାଯିବ, ସୁଗନ୍ଧ ଓ ଅନୁଭବ ବି ସେହିପରି ରହିବ। ତ୍ୱଚା ଉପରେ ଏହା କୌଣସି ପ୍ରକାର ନକାରାତ୍ମକ ପ୍ରଭାବ ପକାଇବ ନାହିଁ।
ଡାକ୍ତର ଆଲମସଙ୍କ କହିବା ଅନୁସାରେ ୨୦୦୮ରେ ଆମେରିକାର ଏକ କାର୍ଯ୍ୟକ୍ରମରୁ ଏସିଡ୍‍ ଆକ୍ରମଣ ପୀଡ଼ିତା ମଡେଲ କେଟି ପାଇପରଙ୍କୁ ବାହାର କରିଦିଆଯାଇଥିଲା। ସେତେବେଳେ ସେ ମେଡିକାଲ ସ୍କୁଲରେ ପଢୁଥିଲେ। କିନ୍ତୁ ଏହା ତାଙ୍କ ପାଇଁ ବହୁ ଦୁଃଖ ଦାୟକ ଖବର ଥିଲା ଓ ତାଙ୍କୁ ବହୁଦିନ ଧରି ଆନ୍ଦୋଳିତ କରିଥିଲା। ଫଳରେ ସେ ଏସିଡ୍‍ ନିରୋଧୀ ଏକ ମେକଅପ ପ୍ରସ୍ତୁତ କରିବାକୁ ସଂକଳ୍ପ କରିଥିଲେ। ପାଠ ପଢା ସରିବା ପରେ ସେ ସେହି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଫିଜିସିଆନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଗବେଷଣା ଛାଡ଼ି ନଥିଲେ। ଦୀର୍ଘ ୧୦ ବର୍ଷର ଗବେଷଣା ପରେ ସେ ଏଭଳି ଏକ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତ କରିପାରିଛନ୍ତି। ଏହି ଏସିଡ୍‍ ନିରୋଧୀ ମେକଅପ ୪୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପ ସହ୍ୟ କରିପାରିବ। ସୂର୍ଯ୍ୟ ଆଲୋକ ଏବଂ ପାଣିରେ ବହୁ ସମୟ ରହିବା ପରେ ବି ଏହି କେମିକାଲ ପ୍ରଭାବ କମିବ ନାହିଁ। ଏହି ଗବେଷଣା ପାଇଁ ୬୦୦୦ ପାଉଣ୍ଡ (ପାଖାପାଖି ୫୬ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଏବେ ଭାରତରେ ଏହାର ପରୀକ୍ଷଣ କରାଯିବ। ଖୁବ୍‍ଶୀଘ୍ର ଏହା ବିଶ୍ୱର ସମସ୍ତ ଦେଶରେ ଉପଲବ୍ଧ ହେବ ବୋଲି ଅଶା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories