www.samajalive.in
Wednesday, December 10, 2025
26.1 C
Bhubaneswar

ଅଲମ୍ପିକରେ ଭାଗ ନେବାକୁ ଚାହୁଁଛନ୍ତି; ଆରମ୍ଭ କରିଦିଅନ୍ତୁ ବ୍ରେକ ଡ଼୍ୟାନ୍ସ ଅଭ୍ୟାସ

ପ୍ୟାରିସ ଅଲମ୍ପିକରେ ଅନ୍ତର୍ଭୁକ୍ତ ହେଲା ବ୍ରେକ୍ ଡ଼୍ୟାନ୍ସ

 

ପ୍ୟାରିସ୍: ଅଲମ୍ପିକ ଖେଳିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କ ସର୍ବୋଚ୍ଚ ସ୍ବପ୍ନ । ମାତ୍ର କ୍ରୀଡ଼ାବିତ୍ ନ ହେଲେ ମଧ୍ୟ ଆପଣ ବି ଅଲମ୍ପିଆନ ହୋଇ ପାରିବେ । କେମିତି ଜାଣନ୍ତି ? ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରେକଡାନ୍ସକୁ ଅନ୍ତର୍ଭୁକ୍ତ କରିବାକୁ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି (ଆଇଓସି) ନିଷ୍ପତ୍ତି ନେଇଛି । ବ୍ରେକଡାନ୍ସ ବ୍ୟତୀତ, ଆଇଓସି ସ୍କାଏଟ୍ ବୋର୍ଡିଂ,  ସର୍ଫିଂକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ୟାରିସ ଅଲମ୍ପିକ ଆୟୋଜକ କମିଟି ଏହି କ୍ରୀଡ଼ାଗୁଡ଼ିକୁ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା । ତେଣୁ ଆସନ୍ତା ୨୦୨୪ରେ ବ୍ରେକଡ଼୍ୟାନ୍ସକୁ ଅଲମ୍ପିକ ଖେଳରେ ପ୍ରଥମଥର ସାମିଲ କରାଯିବ । ତେବେ କ୍ରିକେଟକୁ ଅଲମ୍ପିକ୍ସରେ ସାମିଲ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ।

- Advertisement -

ଜିନହୁଆ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍କାଏଟ୍ ବ୍ରୋଡିଂ,  ସର୍ଫିଂ ଅନ୍ତର୍ଭୁକ୍ତ ହୋଇସାରିଛି।  ୨୦୧୮ ରେ ଆୟୋଜିତ ଯୁବ ଅଲିମ୍ପିକ୍ ଗେମ୍ସରେ ଏହି ଖେଳଗୁଡିକ ବହୁତ ସଫଳ ହୋଇଛି ଏବଂ ବର୍ତ୍ତମାନ ଏହାକୁ ବିଧିବଦ୍ଧ ଭାବରେ ଅଲମ୍ପିକରେ ସାମିଲ ହେବ ବୋଲି ସୂଚନା ମିଳିଛି ।

ତେବେ କୋଭଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ୟାରିସ ଅଲମ୍ପିକକୁ ସଂକ୍ଷିପ୍ତ କରାଯିବାକୁ ଯୋଜନା ହୋଇଛି । ଟୋକିଓ ଅଲମ୍ପିକରେ ପ୍ରାୟ ୧୦୫୦୦ କ୍ରୀଡ଼ାବିତ ଯୋଗ ଦେଇଥିବାବେଳେ ପ୍ୟାରିସ ଅଲମ୍ପିକ୍ସରେ ପ୍ରାୟ ୫୯୨ କମ୍ ଖେଳାଳି ଅଂଶଗ୍ରହଣ କରିବେ । ସେହିପରି ପ୍ୟାରିସ ଅଲମ୍ପିକ୍ସରେ ବିଭିନ୍ନ କ୍ରୀଡ଼ା ସଂଖ୍ୟା ୩୩୯ରୁ ୩୨୯କୁ ମଧ୍ୟ ହ୍ରାସ କରାଯାଇଛି ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories