www.samajalive.in
Tuesday, December 9, 2025
17.1 C
Bhubaneswar

ସୋନିଆ, ପପୁ ଯାଦବଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଆପତ୍ତିଜନକ ଓ ନିନ୍ଦନୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସର ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଓ ଲୋକସଭାର ସ୍ବାଧୀନ ସାଂସଦ ପପୁ ଯାଦବଙ୍କ ବିରୋଧରେ ବିଜେପି ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରିଛି। ବିଜେପିର ୨୧ଜଣ ଆଦିବାସୀ ସାଂସଦ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ଦେଇଥିବା ସ୍ବାଧିକାର ଭଙ୍ଗ ନୋଟିସରେ ଲେଖିଛନ୍ତି ଯେ ସୋନିଆଙ୍କ ମନ୍ତବ୍ୟ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ତଥା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଗରିମାକୁ ନଷ୍ଟ କରିଛି। ଏଥିପାଇଁ ସୋନିଆଙ୍କ ବିରୋଧରେ ଆବଶ୍ୟକ ବିଚାର ପୂର୍ବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବିଜେପି କହିଛି ଯେ ସୋନିଆ ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇବା ଲାଗି ସର୍ବସାଧାରଣରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଉଦ୍ଦେଶ୍ୟମୂଳକ। ତାଙ୍କର ମନ୍ତବ୍ୟ ସଂସଦୀୟ ପରମ୍ପରା ଓ ଧାରାର ପବିତ୍ରତାକୁ ନଷ୍ଟ କରୁଛି। ସୋନିଆଙ୍କ ମନ୍ତବ୍ୟ କୌଣସି ପ୍ରକାରେ ସାମ୍ବିଧାନିକ ସ୍ବାଧିକାରକୁ ଗୌରବାନିତ୍ବ କରୁନାହିଁ। ସାମ୍ବିଧାନିକ ନୀତି ଓ ଆଚରଣରେ ସ୍ବଷ୍ଟ ଭାବେ ଉଲ୍ଲେଖ ରହିଛି ଯେ କୌଣସି ସଦସ୍ୟ ଅନ୍ୟ ଜଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇପାରିବେ ନାହିଁ। ରାଷ୍ଟ୍ରପତି ସଂସଦ ମଧ୍ୟରେ ଦେଇଥିବା ଭାଷଣକୁ ଆଧାର କରି ତାଙ୍କ ପଦ ମର୍ଯ୍ୟାଦାକୁ ନିନ୍ଦା କରିବା ପୂର୍ବକ ଦେଇଥିବା ମନ୍ତବ୍ୟ ପାଇଁ ସୋନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ବଜେଟ୍‌ ଅଧିବେଶ ଆରମ୍ଭ ଦିନ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ପରେ ସୋନିଆ ତାଙ୍କ ସମ୍ପର୍କରେ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ। ସୋନିଆ କହିଥିଲେ ଯେ ରାଷ୍ଟ୍ରପତି ଗୃହରେ ଦୀର୍ଘ ସମୟ ଧରି ଅଭିଭାଷଣ ଦେଇ ଥକି ପଡିଥିଲେ। ଭାଷଣର ଶେଷ ଲଗ୍ନରେ ରାଷ୍ଟ୍ରପତି କଥା କହିବାରେ କଷ୍ଟ ଅନୁଭବ କରୁଥିଲେ। ଏପରିକି ରାଷ୍ଟ୍ରପତିଙ୍କୁ ସୋନିଆ ବିଚାରୀ ମହିଳା (ପୁଅର ଥିଙ୍ଗ) ବୋଲି ସମ୍ବୋଧନ କରିଥିଲେ। ସୋନିଆଙ୍କ ଏପରି ମନ୍ତବ୍ୟକୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିନ୍ଦା କରାଯିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିଲା।
ସେହିପରି ଲୋକସଭାର ସଦସ୍ୟ ଥିବା ପପୁ ଯାଦବଙ୍କ ବିରୋଧରେ ବିଜେପି ବାଚସ୍ପତିଙ୍କ ନିକଟକୁ ସ୍ବାଧିକାର ଭଙ୍ଗ ନୋଟିସ ପଠାଇଛି। ପପୁ ଯାଦବ ମଧ୍ୟ ରାଷ୍ଟ୍ରପତିଙ୍କ ବଜେଟ୍ ଅଧିବେଶନର ଅଭିଭାଷଣକୁ ନେଇ ଆପତ୍ତିଜନକ ଓ ନିନ୍ଦନୀୟ ମନ୍ତବ୍ୟ ଦେଇଥିଲେ। ପପୁ ଯାଦବ କହିଥିଲେ ଯେ ରାଷ୍ଟ୍ରପତି ଜଣେ ରବର ଷ୍ଟାମ୍ପ। ସେ କେବଳ ପ୍ରେମ ପତ୍ର ପାଠ କରନ୍ତି। ସୋନିଆ ଓ ପପୁଙ୍କ ଏପରି ମନ୍ତବ୍ୟକୁ ବିଜେପି ସମାଲୋଚନା କରିବା ସହିତ ଉଭୟ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories