www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ହାର ତୁଳନାରେ ଓଡ଼ିଶାରେ ମସ୍ତିଷ୍କାଘାତ ଅଧିକ

ସମାଜ ଡିଜିଟାଲ ଡେସ୍କ: ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ(ବ୍ରେନ ଷ୍ଟ୍ରୋକ) ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି। ପ୍ରସିଦ୍ଧ ପତ୍ରିକା ଦ ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ମସ୍ତିଷ୍କାଘାତ ହାର ଜାତୀୟ ହାରଠାରୁ ବି ଅଧିକ। ପ୍ରତି ସାତଜଣ ବାସିନ୍ଦାଙ୍କ ମଧ୍ୟରୁ ଜଣଙ୍କୁ ମସ୍ତିଷ୍କାଘାତ ବିପଦ ଥିବା ରିପୋର୍ଟlର ଦର୍ଶାଯାଇଛି।

କ୍ରମବର୍ଦ୍ଧିଷ୍ଣ ଏହି ସ୍ୱାସ୍ଥ୍ୟ ସମସ୍ୟା, ଯାହାକି ପ୍ରାୟତଃ ବୟସ୍କମାନଙ୍କଠାରେ ଦେଖାଯାଉଥିଲା, ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି। ପରିବର୍ତ୍ତିତ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ଚାପ ସ୍ତର ବୃଦ୍ଧି, ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବଢ଼ୁଥିବା ହେତୁ ଏପରି ସଙ୍କଟ ଉପୁଜୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

- Advertisement -

ଏମ୍ସ ଭୁବନେଶ୍ୱର ସ୍ନାୟୁରୋଗ ବିଭାଗ ଦ୍ଵାରା ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜି (ଆଇଏଏନ୍) ମସ୍ତିଷ୍କାଘାତ ଉପବିଭାଗ ମଧ୍ୟକାଳୀନ ସମ୍ମିଳନୀଷର ଏସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ‘କୋଡ୍ ଷ୍ଟ୍ରୋକ ଟୁ ଷ୍ଟ୍ରୋକ ଇଣ୍ଟରଭେନସନ୍’ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ୍ ଚିହ୍ନଟ, ଚିକିତ୍ସା ଅଗ୍ରଗତି ଏବଂ ଷ୍ଟ୍ରୋକ୍ ପ୍ରତିରୋଧର ଗୁରୁତ୍ୱ ଉପରେ ସମ୍ମିଳିତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ ଓ ପ୍ରସିଦ୍ଧ ସ୍ନାୟୁବିଜ୍ଞାନୀମାନେ ଅଂଶଗ୍ରହଣ କରିଥିଲେ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏଥିରେ ଯୋଗଦେବା ସହିତ ଏହି ଜାତୀୟ ଅନୁଷ୍ଠାନର ସ୍ନାୟୁରୋଗ ବିଭାଗ ମାସକୁ ପାଞ୍ଚ ଶହରୁ ଅଧିକ ମସ୍ତିଷ୍କାଘାତ ରୋଗୀଙ୍କୁ ସାମଗ୍ରିକ ଚିକିତ୍ସା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି। ଅନ୍ତଃସ୍ରାବି ଥ୍ରୋମ୍ବୋଲାଇସିସ୍, ମେକାନିକାଲ୍ ଥ୍ରୋମ୍ୱୋକ୍ଟୋମି, ଷ୍ଟ୍ରୋକ୍ ନ୍ୟୁରୋ ସର୍ଜରୀ, ନ୍ୟୁରୋକ୍ରିଟିକାଲ୍ କେୟାର ଏବଂ ଉନ୍ନତ ନ୍ୟୁରୋ-ପୁନର୍ବାସ ଭଳି ସେବା ଅନ୍ତର୍ଭୁକ୍ତ ଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଏମ୍ସ ଭୁବନେଶ୍ୱରର ଡିନ ଡ. ପି. ଆର. ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଆଇଏଏନ୍ ଷ୍ଟ୍ରୋକ୍ ସବସେକ୍ସନ୍ ଚେୟାରମ୍ୟାନ୍ ଡ. ସୁନୀଲ କେ. ନାରାୟଣ, ଇଣ୍ଡିଆନ୍ ଷ୍ଟ୍ରୋକ୍ ଆସୋସିଏସନ ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି. ବିଜୟ ଏବଂ ଡ. ଏସ୍. ପି. ଗୋର୍ଥୀ ପ୍ରମୁଖ ଏହି ସମ୍ମୀଳନୀରେ ଯୋଗଦେଇଥିଲେ। ମାନବ ସମାଜ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ବରିଷ୍ଠ ସ୍ନାୟୁବିଜ୍ଞାନୀ ଡକ୍ଟର ଆର.ଏନ୍. ସାହୁଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରଯାଇଥିଲା। ଏହି ସମ୍ମିଳନୀକୁ ସ୍ନାୟୁବିଜ୍ଞାନ ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଡ. ମେନକା ଝା ଏବଂ ଡ. ପ୍ରିୟଙ୍କା ସାମଲ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories