www.samajalive.in
Tuesday, December 9, 2025
17.1 C
Bhubaneswar

କୌଣସି ହିରୋ ବି ଭାଙ୍ଗି ପାରିବେନି ଏହି ହାସ୍ୟାଭିନେତାଙ୍କ ରେକର୍ଡ଼; ଘଣ୍ଟାକୁ ନିଅନ୍ତି ଲକ୍ଷାଧିକ ପାଉଣା

ମୁମ୍ବଇ: ଦକ୍ଷିଣ ଭାରତୀୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ମଙ୍ଗଳବାର ନିଜର ୬୬ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୫୬ ମସିହା ଫେବୃୟାରୀ ୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ହୋଇଥିବା ଏହି କଳାକାରଙ୍କ ନାମ କେବଳ ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲ୍ଡ ରେକର୍ଡ଼ସ୍‌ରେ ସ୍ଥାନ ପାଇନାହିଁ, ବରଂ ସର୍ବାଧିକ ଚଳଚ୍ଚିତ୍ର କରିଥିବା ଏକମାତ୍ର ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଅନେକ ପ୍ରଶଂସକ ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବ୍ରହ୍ମାନନ୍ଦମଙ୍କ ବିଷୟରେ କିଛି ଖାସ୍‌ କଥା –

ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସିନେଜଗତକୁ ଆସିବା ପୂର୍ବରୁ ସେ ଏକ ଘରୋଇ କଲେଜରେ ପ୍ରାଧ୍ୟାପକ ଥିଲେ। ପଢାଇବା ସମୟରେ ଧିରେ ଧିରେ ସେ ଅଭିନୟ କ୍ଷେତ୍ର ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଏହିପରି ଭାବେ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ବ୍ରହ୍ମାନନ୍ଦମ୍‌ଙ୍କ ଲୋକପ୍ରିୟତା ଏପରି ଯେ, ପ୍ରତ୍ୟେକ ଦକ୍ଷିଣ ଭାରତୀୟ ନିର୍ଦେଶକ ତାଙ୍କୁ ନିଜ ସିନେମାରେ ନେବାକୁ ଚାହାନ୍ତି। ୧୯୯୦ରୁ ୨୦୦୫ ମଧ୍ୟରେ ସବୁ ଚଳଚ୍ଚିତ୍ର ପାଇଁ ବ୍ରହ୍ମାନନ୍ଦମ୍‌ ହିଁ ପ୍ରଥମ ପସନ୍ଦ ଥିଲେ।

- Advertisement -

‘ଚନ୍ତାବାବାଈ’ ନାମକ ଚଳଚ୍ଚିତ୍ରରେ ଏକ ଛୋଟିଆ ଚରିତ୍ରରେ ଅଭିନୟ କରି ବ୍ରହ୍ମାନନ୍ଦମ୍‌ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ୧ ହଜାରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରି ସାରିଛନ୍ତି। ବ୍ରହ୍ମାନନ୍ଦମ୍‌ ମୋଟା ଅଙ୍କର ପାଉଣା ମଧ୍ୟ ନେଇଥାଆନ୍ତି। ସୂଚନା ଅନୁସାରେ, କିଛି ଘଣ୍ଟାର ଶୁଟିଂ ପାଇଁ ସେ ୩ ଲକ୍ଷରୁ ଅଧିକ ପାଉଣା ଦାବି କରିଥାଆନ୍ତି।

ବ୍ରହ୍ମାନନ୍ଦମ୍‌ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥାଆନ୍ତି। ଏହାବ୍ୟତୀତ ସେ ହିନ୍ଦୀ, ତାମିଲ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୫ଟି ନନ୍ଦୀ ଆୱାର୍ଡ଼ ସହ ସେ ଅନେକ ପୁରସ୍କାର ହାସଲ କରିଛନ୍ତି। ଭାରତୀୟ ସିନେମାରେ ବଳିଷ୍ଠ ଯୋଗଦାନ ପାଇଁ ୨୦୦୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories