www.samajalive.in
Tuesday, December 9, 2025
16.1 C
Bhubaneswar

ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ କିଣା ଯିବ

ବୌଦ୍ଧ : ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାକୁ ପ୍ରଚାର ପାଇଁ ଆସିଥିବା ବେଳେ ସାଧାରଣ ସଭାରେ ତାକଂର ଭାଷଣରେ କହିଥିଲେ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀ ମାନଙ୍କୁ ଦିଆଯିବ। ଓଡ଼ିଶାରେ ବିଜେପିର ବିପୁଳ ବିଜୟ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ଜୁନ୍ ୧୨ ତାରିଖ ଦିନ ଶପଥ ନେବାର ୨୪ ଘଣ୍ଟା ନପୁରୁଣୁ ମନ୍ତ୍ରୀ ମଣ୍ଡଳ ବୈଠକ ଡାକି ଏକଶହ ଦିନ ପରେ ଖରିଫ୍ ଧାନ କିଣା ସମୟରେ ଓଡିଶାର ଚାଷୀମାନଙ୍କ ଠାରୁ ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ କିଣା ଯିବ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ବୌଦ୍ଧ ଜିଲାବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ମୁନିସିପାଲିଟି ଟାଉନ ହଲ ଠାରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି  ସୂର୍ଯ୍ୟ ନାରାୟଣ ମହାପାତ୍ର କଂ ନେତୃତ୍ଵରେ ଏକ ଚାଷୀ ସମ୍ମିଳନୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି  ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ପାଠ କରିବାର ୨୪ ଘଣ୍ଟା ନପୁରୁଣୁ ମନ୍ତ୍ରୀ ମଣ୍ଡଳ ବୈଠକ ଡାକି ଓଡିଶା ର ଚାଷୀ ମାନଙ୍କୁ ଆସନ୍ତା ଖରିଫ ଧାନ କିଣା ସମୟ ଠାରୁ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ପ୍ରଦାନ କରାଯିବା ସହିତ ଓଡିଶାର ୫୮ଟି ସବ୍ ଡିଭିଜନରେ ଶୀତଳଭଣ୍ଡାର କରାଯିବ। ସହରରେ ଥିବା ଚାଷୀମାନଙ୍କୁ ପିଏମ୍ କିସାନରେ ସାମିଲ କରାଯିବା ଓ ଉଠା ଜଳସେଚନ ଯୋଜନାକୁ ପୁନରୁଦ୍ଧାର କରିବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରାଯିବା ସହ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି  ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂଯୋଜକ  ପ୍ରଶାନ୍ତ କୁମାର ସ୍ଵାଇଁ, ମନୋରଞ୍ଜନ ଦାସ, ବିଶିକୋଶନ ପ୍ରଧାନ, ଆର୍ତ୍ତତ୍ରାଣ ଧଲ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories