www.samajalive.in
Tuesday, December 9, 2025
15.1 C
Bhubaneswar

ଦୁଇ କୁଇଣ୍ଟାଲ ଗଞ୍ଜେଇ ଜବତ ; ୨ ଗିରଫ 

ବୌଦ୍ଧ : ବୌଦ୍ଧ ପୁଲିସ ଦୁଇ କୁଇଣ୍ଟାଲ ଗଞ୍ଜେଇ ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବୌଦ୍ଧଥାନା ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧଥାନାର ଏକ ଟିମ୍ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋକୁ ସରଣ୍ଡା ଗ୍ରାମ ନିକଟରେ ସନ୍ଦେହରେ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରାଯିବା ପରେ ଭିତରୁ ଜରି ପ୍ୟାକେଟ୍ ରେ ଭର୍ତ୍ତି ହୋଇଥିବା ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହିତ ଗାଡିରେ ଥିବା ଅନୁଗୁଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ସାତପରଡିଆ ଗ୍ରାମର ପିଣ୍ଟୁ ପ୍ରଧାନ ଓ ବିଲିଖମନ ଗ୍ରାମର ନିରଂଜନ ବେହେରାଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ବୌଦ୍ଧଥାନା ଗୋଛାପଡା ଅଞ୍ଚଳରୁ ଅନୁଗୁଳକୁ ଚାଲାଣ କରାଯାଉଥିବା ପୁଲିସ ପ୍ରକାଶ କରିଛି। ବୌଦ୍ଧ ଥାନା କେସ ନମ୍ବର ୧୧୦/୨୪ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories