www.samajalive.in
Saturday, December 6, 2025
26.1 C
Bhubaneswar

୧୦ ଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ନ ଦେଲେ ହେବ ଆନ୍ଦୋଳନ

ବୌଦ୍ଧ : ଆସନ୍ତା ୧୦ ଦିନ ମଧ୍ୟରେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ତଥା ନିଯୁକ୍ତି ନ ଦେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ କଣ୍ଟାମାଳ ବ୍ଲକର ୨୪ ଗୋଟି ପଞ୍ଚାୟତ ରହିଛି। ଏହି ୨୪ ପଞ୍ଚାୟତ ସମେତ ବୌଦ୍ଧ ବ୍ଲକର ୫ ଟି ପଞ୍ଚାୟତର ଜନ ସାଧାରଣ ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଆଜକୁ ପ୍ରାୟ ୧୫ ବର୍ଷ ହେବ ଏହି ସ୍ବାସ୍ଥ୍ୟ କେନ୍ଦ୍ର ସ୍ତ୍ରୀ ଓ ପ୍ରସୂତି ରୋଗ ସେବା କ୍ଷେତ୍ରରେ ଜିଲ୍ଲାରେ ସୁଖ୍ୟାତି ଲାଭ କରି ଆସିଛି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅମିତ୍ କୁମାର ଜେନାଙ୍କ ଠାରୁ ଆରମ୍ଭ କରି ଡାକ୍ତର ମନୋଜ କୁମାର ନାୟକଙ୍କ ସମୟ କାଳ ମଧ୍ୟରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ପ୍ରସବ, କପଟୀ ପରିଧାନ,ଅସ୍ତ୍ରୋପଚାର, ଇତ୍ୟାଦି କ୍ଷେତ୍ରରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛି। ଅନ୍ୟପକ୍ଷରେ କହିବାକୁ ଗଲେ ସ୍ତ୍ରୀ ଓ ପ୍ରସୂତି ସେବା ପ୍ରଦାନ କ୍ଷେତ୍ରରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ଜୀବନ ରେଖା ମାନ୍ୟତା ଲାଭ କରିଛି। ଡାକ୍ତର ମାନଙ୍କ ଉତ୍ତମ ସେବା ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ଆନୁଷଙ୍ଗିକ ସୁବିଧା ସୁଯୋଗ ସୁଖ୍ୟାତିରେ ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁର, କନ୍ଧମାଳ, ଏବଂ ବୌଦ୍ଧ ସଦର ମହକୁମା ଅଞ୍ଚଳରୁ ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ନଜର ରହିଛି। ଏସବୁ ସେବାର ସୁଖ୍ୟାତିକୁ ଦେଖି ସରକାର ଏଠାରେ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ମାତୃ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅର୍ଥ ମଞ୍ଜୁର କରିଥିଲେ ଯାହାକି ନିର୍ମାଣାଧୀନ ରହିଛି ଓ ଆଉ ପ୍ରାୟ ୬ ମାସ ପରେ ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାର ରହିଛି। ଏପରି ସ୍ଥଳେ ସରକାର ଏଠାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ଙ୍କୁ ଆଜକୁ ପ୍ରାୟ ୬ ମାସ ହେବ ଅନ୍ୟତ୍ର ବଦଳି କରିଦେଇଛନ୍ତି। ସେହି ଦିନ ଠାରୁ ଉକ୍ତ ପଦବୀ ଖାଲି ପଡ଼ି ରହିଛି। ଫଳରେ ଗର୍ଭବତୀ ମହିଳା ବଲାଙ୍ଗୀର,ବୁର୍ଲାକୁ ଚିକିତ୍ସା ପାଇଁ ଯାଇ ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। କେବଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନୁହଁ, ଏତଦବ୍ୟତୀତ ଭେଷଜ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମଧ୍ୟ ନଥିବାରୁ ଅଞ୍ଚଲବାସୀ ନାହିଁ ନ ଥିବା ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମନମୁଣ୍ଡାର ସମାଜସେବୀ ଶିବ ନାରାୟଣ ଚୌଳିଆ, ଯୁବ ଆଇନଜୀବୀ ଅକ୍ରୁର ବେହେରାଙ୍କ ନେତୃତ୍ବରେ ମନମୁଣ୍ଡା ଅଞ୍ଚଳର ଅନେକ ବୁଦ୍ଧିଜୀବୀ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ମନମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ସ୍ତ୍ରୀ ଓ ପ୍ରସୂତି , ଭେଷଜ ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏତଦବ୍ୟତୀତ ଦାବିପତ୍ର ର କପି ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀ, କଣ୍ଟାମାଳ ବିଧାୟକ, ବୌଦ୍ଧ ସି ଡି ଏମ ଓ ଙ୍କୁ ପ୍ରେରଣ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ତେବେ ଜିଲ୍ଲାପାଳ ଯଥା ଶୀଘ୍ର ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କୁ ମନମୁଣ୍ଡାରେ ନିଯୁକ୍ତି ଦେବା ବ୍ୟବସ୍ଥା କରିବେ ବୋଲି କହିଥିବା ଆଇନଜୀବୀ ଅକ୍ରୁର ବେହେରାଙ୍କ ଠାରୁ ଜାଣିବାକୁ ମିଳିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories