ସମ୍ବଲପୁରରେ ବୋମାମାଡ

ସମ୍ବଲପୁର : ସମ୍ବଲପୁରରେ ଫୁଟିଲା ବୋମା । ଆଜି ସନ୍ଧ୍ୟାରେ ସମ୍ବଲପୁର ମସଜିଦ୍ ସମ୍ମୁଖରେ ଏହି ବୋମାମାଡ ଘଟିଛି । ଏକ ବୁଲେଟ ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାରେ ବୁଲେଟର ଅନେକ ଭାଗ ଜଳିଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ସିଆରପିଏଫ୍ ଏବଂ ପୁଲିସ ପହଞ୍ଚି ତନାଘନା କରୁଛନ୍ତି । ବୋମାମାଡରେ ୨ ଜଣ ଗୁରୁତର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଉତ୍ୟକ୍ତ ଲୋକେ ।
Comments are closed.