www.samajalive.in
Tuesday, December 9, 2025
16.1 C
Bhubaneswar

ପଶ୍ଚିମ ଓଡିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ରାଜେନ୍ଦ୍ର କଲେଜ : ଧର୍ମେନ୍ଦ୍ର ପ୍ରଧାନ

-ରାଜେନ୍ଦ୍ର କଲେଜ୍‍ ତଥା ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଅଧ୍ୟାପକ ପଦବୀ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
-ଏହି ଶିକ୍ଷାନୁଷ୍ଠାନ ପଶ୍ଚିମ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି
-ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ଆନୁଷଙ୍ଗୀକ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ନେଇ ଗୁରୁତ୍ୱାରୋପ
-ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନର ନାଁ ହେଲା ବଲାଙ୍ଗିର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ
-ବଲାଙ୍ଗିରର ବିକାଶ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ

ବଲାଙ୍ଗିର :  ରାଜେନ୍ଦ୍ର କଲେଜ ଆଗାମୀ ଦିନରେ ବଲାଙ୍ଗିର ତଥା ପଶ୍ଚିମ ଓଡିଶାକୁ ବିକାଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶୁକ୍ରବାର ପଶ୍ଚିମ ଓଡିଶାର ସର୍ବପୂରାତନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତି ପାଳନ ହେବା ଅବସରରେ ଆୟୋଜିତ ପ୍ଲାଟିନମ୍‍ ଜୁବୁଲି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଏକ ସ୍ମରଣିକା ‘ରାଜେନ୍ଦ୍ରାୟନ-୭୫’ର ମଧ୍ୟ ଲୋକାର୍ପଣ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୭୫ ବର୍ଷ ଯାତ୍ରାରେ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି । ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ କଲେଜର ଉନ୍ନତି ପାଇଁ ସମସ୍ତଙ୍କର ଆବଶ୍ୟକତା ଅଛି । ଏହି ଅବସରରେ  ପ୍ରଧାନ ରାଜେନ୍ଦ୍ର କଲେଜ ସମେତ ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପଡୁଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଅନୁରୋଧ କରିଥିଲେ।

- Advertisement -


ସେ କହିଛନ୍ତି ଯେ ୧୯୪୪ ମସିହା ଇଂରେଜ ଶାସନ ସମୟରେ ବଲାଙ୍ଗୀରର ଜନପ୍ରିୟ ପ୍ରତିନିଧି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମରେ ନାମିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀଙ୍କୁ
ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ସ୍ତରକୁ ଯାଉ । ଆଗାମୀ ଦିନରେ ବଲାଙ୍ଗୀର ରାଜେନ୍ଦ୍ର କଲେଜର ବିକାଶ କରିବାରେ ଆଲୁମିନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତୁ । ବଲାଙ୍ଗୀରର ବିକାଶରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶୀଦାର ହୁଅନ୍ତୁ ଏବଂ ଏଥିରେ କଲେଜ ଆଲୁମିନି ସଂଘ ବଡ ଭୂମିକା ନେବା ନେଇ ଆହ୍ୱାନ କରିଛନ୍ତି । ରାଜେନ୍ଦ୍ର କଲେଜ ଆହୁରି ଆଗକୁ ବଢିବା ସହ ବିଶ୍ୱବିଦ୍ୟାଳୟ ପାଇଁ ଆନୁଷଙ୍ଗୀକ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ରହିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନର ନାଁ ହେଲା ବଲାଙ୍ଗିର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ। ରାଜେନ୍ଦ୍ର କଲେଜ ବୌଦ୍ଧିକ ଜାଗରଣର ପେଣ୍ଠସ୍ଥଳ।
ଯେ ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ ଆଗକୁ ବଢିବ ନାହିଁ ସେ ପର୍ଯ୍ୟନ୍ତ ବଲାଙ୍ଗିର ଆଗକୁ ବଢିବ ନାହି। ବଲାଙ୍ଗିର ଆଗକୁ ନବଢିଲେ ଓଡିଶାର ବିକାଶ ହେବ ନାହିଁ। ତେଣୁ ବଲାଙ୍ଗିରକୁ ବିକାଶ କରିବାର ଦାୟିତ୍ୱ ସମସ୍ତଙ୍କର ଅଛି। ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗିର ସମେତ ଦେଶର ୧୧୫ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷିତ କରିଛନ୍ତି। ଏହି ଜିଲ୍ଲାର ବିକାଶ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories