www.samajalive.in
Tuesday, December 9, 2025
17.1 C
Bhubaneswar

ବିବାହ ଭୋଜିରୁ ଫେରୁଥିଲେ, ବୁଡ଼ିଗଲା ଡଙ୍ଗା; ଶହେରୁ ଊର୍ଦ୍ଧ୍ୱ ମୃତ

ନାଇଜେରିଆ : ଆଫ୍ରିକୀୟ ଦେଶ ନାଇଜେରିଆରେ ବିବାହ ଭୋଜିରୁ ଫେରୁଥିବାବେଳେ ଘଟିଛି ଅଘଟଣ। ଏଥିରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କପାଡ଼ା ଅଞ୍ଚଳରେ ଭୀଷଣ ବର୍ଷା ହେତୁ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି । ଏକ ବିବାହରେ ଯୋଗ ଦେବାକୁ ପ୍ରାୟ ୩ଶହ ଲୋକ ଜଣଇଗବୋତି ଗାଁକୁ ଯାଇଥିଲେ। ବିବାହ ସାରି ଏକ ଡଙ୍ଗାରେ ନାଇଜର ନଦୀ ପାର ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରବଳ ବର୍ଷା ସହିତ ଅଧିକ ଲୋକ ଆସୁଥିବାରୁ ଡଙ୍ଗାରେ ମଝି ନଦୀରେ ବୁଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସମେତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତଥ୍ୟ ଅନୁସାରେ, ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories