www.samajalive.in
Tuesday, December 9, 2025
17.1 C
Bhubaneswar

ସକାଳେ ଗରମ, ସନ୍ଧ୍ୟାରେ ନରମ – ଗିରଫ ନା ଆତ୍ମସମର୍ପଣ କରିବେ ଜଗନ୍ନାଥ

ଡେସ୍କ: ରାଜଧାନୀ ଭୁବନେଶ୍ୱରରେ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ହରଡ଼ଘଣାରେ ରାଜ୍ୟ ସରକାର। ଆକ୍ରମଣ ଘଟଣାରେ ଜଗନ୍ନାଥ ଓରଫ ଜଗା ପ୍ରଧାନକୁ ଗିରଫ କରିବା ଦାବି ଜୋର ଧରିବା ପରେ ବୁଧବାର ସକାଳେ ନିଜଆଡୁ କେତେକ ଗଣମାଧ୍ୟମରେ ଆକ୍ରମଣକୁ ଏକ ପ୍ରକାର ଯଥାର୍ଥ ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ କେତେଜଣ ଦଳୀୟ ନେତା ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଥିଲେ।


ତେବେ ଦିନ ତମାମ ଏକ ପ୍ରକାର ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସମୂହ ଛୁଟିରେ ଯାଇଥିବା ଓଏଏସ ସଙ୍ଘ ସହ ଓଡିଶା ରେଭିନ୍ୟୁ ସର୍ଭିସର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ପରିସ୍ଥିତିକୁ ଦେଖି ଓ ଦଳୀୟ ଚାପରେ ସନ୍ଧ୍ୟା ବେଳକୁ ଜଗନ୍ନାଥ ପ୍ରଧାନଙ୍କ ସ୍ୱର ନରମି ଯାଇଥିଲା। ଏକ ଟ୍ୱିଟ ଜରିଆରେ ସେ ‘ଆଇନକୁ ସମ୍ମାନ ଦେଉଛି’ ବୋଲି ସ୍ପଷ୍ଟ କରିଥିଲେ। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି,

- Advertisement -

“ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖ୍ ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରୁ ମୁଁ ସମ୍ପୂର୍ଣ ସହଯୋଗ କରିବି।”

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories