www.samajalive.in
Tuesday, December 9, 2025
16.1 C
Bhubaneswar

କାବୁଲ ଓ ଜଲାଲାବାଦରେ ଆଇଏସଆଇଏସର ବିସ୍ଫୋରଣ

କାବୁଲ: ଆଇଏସଆଇଏସ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନର କାବୁଲ ଓ ଜଲାଲାବାଦରେ ଶନିବାର ଅପରାହ୍ଣରେ ବିସ୍ଫୋରଣ ଘଟାଇଛନ୍ତି। ତାଲିବାନକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାଯାଇଛି। ଏଥିରେ ମୃତାହତଙ୍କ ସମ୍ପର୍କରେ ତୁରନ୍ତ କିଛି ଖବର ମିଳିନାହିଁ। ସୂଚନାଯୋଗ୍ୟ ଯେ ଆମେରିକା ସୈନ୍ୟମାନେ କାବୁଲ ଛାଡିବା ପୂର୍ବରୁ ଗତମାସରେ ମଧ୍ୟ ଆଇଏସଆଇଏସ ଆତଙ୍କି ଗୋଷ୍ଠୀ ପକ୍ଷରୁ କାବୁଲରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ସେଥିରେ ଆମେରିକାର ୧୩ ସୈନ୍ୟଙ୍କ ସମେତ ପ୍ରାୟ ୧୨୦ରୁ ଅଧିକ ଆଫଗାନ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଆମେରିକା ଦୁଇଥର ଆଇଏସଆଇଏସ ସ୍ଥଳ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଗୋଟିଏ ଆକ୍ରମଣରେ ଆଇଏସଆଇଏସ ଆତଙ୍କିଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ମିଳିନଥିବାବେଳେ ଅନ୍ୟଟିରେ ୭ ପିଲାଙ୍କ ସହିତ ମୋଟ ୧୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories