www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ୟା ଦୁର୍ଗତଙ୍କୁ ବିଜେପି ପକ୍ଷରୁ ରିଲିଫ୍‍ ପ୍ରଦାନ

ପିପିଲି :  ବିଜେପି ପକ୍ଷରୁ ପିପିଲିର ବନ୍ୟା ଦୁର୍ଗତଙ୍କୁ ଶୁକ୍ରବାର ବିଜେପି ପକ୍ଷରୁ ରିଲିଫ ପ୍ରଦାନ କରାଯାଇଛି।
ଗତ ବନ୍ୟାରେ କ୍ଷତିଗ୍ରସ୍ତ କଣ୍ଟି ପଞ୍ଚାୟତର ବଡକଣ୍ଟି ଦଳିତ ସାହିରେ ଆଜି ପୂର୍ବାହ୍ନରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ପହଞ୍ଚି ବନ୍ୟା ବିପନ୍ନ ପରିବାରକୁ ଶାଢୀ, ଧୋତି, ବେଡ୍‍ସିଟ, ମଶାରୀ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିଥିଲେ। ଏହା ପୂର୍ବରୁ ସେଠାରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଉଭୟଙ୍କ ଫଟୋ ଚିତ୍ରରେ ଡାକ୍ତର ପାତ୍ର ଓ ଶ୍ରୀ ପଟ୍ଟନାୟକ ମାଲ୍ୟାର୍ପଣ କରିଥିଲେ। ଏହି ଦଳିତ ସାହିର ଜଣେ ଦିବ୍ୟାଙ୍ଗଙ୍କ ସମେତ ୩୩ ଟି ପରିବାରଙ୍କୁ ଡାକ୍ତର ପାତ୍ର ରିଲିଫ୍‍ ପ୍ରଦାନ କରିଥିଲେ।

ଦୟାନଦୀର କଣ୍ଟି କାଜରୁ ନିର୍ଗତ ବନ୍ୟାଜଳରେ ଉକ୍ତ ବଡକଣ୍ଟି ଦଳିତ ସାହିର ପ୍ରାୟ ୨ଶହରୁ ଅଧିକ ବାସିନ୍ଦା ଦୟନୀୟ ଅବସ୍ଥାରେ ବନ୍ୟା ଘେରରେ ରହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ପ୍ରଦୀପ ପାତ୍ର, ବରିଷ୍ଠ ନେତା ସୁକାନ୍ତ ଦାଶ, ଯୁବନେତା ଦେବୀପ୍ରସାଦ ମଲ୍ଲିକ ଓ ଜୟନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବିଧାନସଭାର ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ ଗତ ସେପ୍ଟେମ୍ବର ୧ରେ ବନ୍ୟା ଘେରରେ ଥିବା ଉକ୍ତ ଗାଁକୁ ଆସି ବନ୍ୟା ବିପନ୍ନଙ୍କୁ ଭେଟିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories