www.samajalive.in
Sunday, December 7, 2025
15.1 C
Bhubaneswar

ଧାନ ବିକ୍ରୀ ଅବ୍ୟବସ୍ଥା ପ୍ରତିବାଦରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ

କୁଚିଣ୍ଡା: କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଉତ୍ପାଦିତ ଧାନକୁ ସରକାର କ୍ରୟ କରେଇବାରେ ବିଫଳ ହେବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ଆଦିବାସୀ ବହୁଳ ତଥା ଅଣଜଳସେଚିତ କୁଚିଣ୍ଡା ଉପଖଣ୍ଡର ଚାଷ ବର୍ଷା ଜଳ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବମ୍ଫର ଭାବେ ଧାନ ଉତ୍ପାଦନ ହୋଇଥିଲା। ଏହାର ସରଳୀକରଣ ବିକ୍ରୀ ସକାଶେ ସରକାର ଏକକ ଟୋକନ ବ୍ୟବସ୍ଥା ପ୍ରଚଳନ ସହ ଧାନ କ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ମାତ୍ର ସଂପ୍ରତି ବହୁ ଚାଷୀଙ୍କ ଧାନ କ୍ରୟ ହୋଇପାରିନଥିବା ଏବଂ ଶହଶହ ଚାଷୀଙ୍କ ଟୋକନ ଅବଧି ସମାପ୍ତ ହେବାରୁ ସେମାନେ ବିକ୍ରୟ କରିବାକୁ ଅଯୋଗ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଏଦିଗରେ ବିଜେପି ପକ୍ଷରୁ ନିରାକରଣ ପାଇଁ ଦାବି କରାଯାଇଥିଲା। ମାତ୍ର ଏହାର କୌଣସି ସୁଫଳ ନମିଳିବାରୁ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୁଚିଣ୍ଡା,ଜମନକିରା ଓ ବାମରା ବ୍ଲକ ଅଞ୍ଚଳରେ ବିଜେପି ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା।

କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଅଚଳ କରିଦେଇଥିଲେ। ବକ୍ସମା ରାସ୍ତା, ସାତକମା ରାସ୍ତା, କୁସୁମୀ ରାସ୍ତା, କବ୍ରିବାହାଲ ରାସ୍ତା, ବାମରା ରାସ୍ତା ଓ ଜମନକିରା ରାସ୍ତା ଉପରେ ଆନ୍ଦୋଳନକାରୀମାନେ ଧାରଣା ଦେବା ଯୋଗୁଁ ଶହ ଶହ ମାଲବୋଝଇ ଟ୍ରକ ସମେତ ବିଭିନ୍ନ ଯାନବାହାନ ଛିଡା ହୋଇରହିଥିବା ଦେଖାଯାଇଥିଲା। ଯାତ୍ରୀ ବାହୀ ବସ ଚଳାଚଳ ବନ୍ଦ ରହିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଷଣ୍ଢପଥରଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୃଷକ ମୋର୍ଚ୍ଚା ଜିଲା ସଭାପତି ସମେତ ବହୁ ପଦାଧିକାରୀ ଯୋଗ ଦେଇ ସରକାରୀ କାର୍ଯ୍ୟର କଠୋର ସମାଲୋଚନା କରିଥିଲେ। ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ରଖିବାକୁ ଜିଦ ରଖିବା ପରେ ଉପଜିଲାପାଳ ବିଶ୍ୱରଂଜନ ନାଏକ, ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ଜମନକିରା ତହସିଲଦାର ପ୍ରମୁଖ ଗସ୍ତ କରି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଉପଖଣ୍ଡ ପ୍ରଶାସନର ଅନୁରୋଧକୁ ପ୍ରତ୍ୟାଖାନ କରିଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories