www.samajalive.in
Tuesday, December 9, 2025
17.1 C
Bhubaneswar

ଓୱେସିଙ୍କୁ ବିଜେପି ସାଂସଦଙ୍କ ଧମକ : କହିଲେ କ୍ରେନରେ ଓଲଟା ଟାଙ୍ଗି ଦାଢି କାଟିବି

ତେଲଙ୍ଗାନା : ତେଲଙ୍ଗାନା ରାଜ୍ୟର ସଂସଦୀୟ କ୍ଷେତ୍ର ନିଜାମାବାଦର  ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଧରମପୁରୀ ଅରବିନ୍ଧ ଶନିବାର ଏଆଇଏମଆଇଏମ୍ ନେତା ତଥା ହାଇଦରାବାଦ ସାଂସଦ ଅସଉଦ୍ଦିନ ଓଓ୍ଵେସୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧରମପୁରୀ ଓୱେସିଙ୍କୁ ଧମକ ଦେଇ କହିଛନ୍ତି, ମୁଁ ତୁମକୁ(ଓୱେସି) କ୍ରେନରେ ଓଲଟା ଟାଙ୍ଗି ତୁମର ଦାଢି କାଟିବି। ଏହାପରେ ସେହି ଦାଢିକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଠାରେ ଲଗାଇ ପଦୋନ୍ନତି ଦେବି।
ନିଜାମାବାଦର ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଧରମପୁରୀ ଅରବିନ୍ଦ ଏହା ପୂର୍ବରୁ ମଧ୍ୟ ଓୱେସିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ନାଗରିକତା ସଂସୋଧନ ଆଇନ(ସିଏଏ)କୁ ଓୱେସି ବିରୋଧ କରିବାରୁ ସେ କହିଥିଲେ, ଓୱେସି ସିଏଏକୁ ସାମ୍ପ୍ରଦାୟିକତା କହି ଏହାର ବିରୋଧ କରୁଛନ୍ତି। ମୋର ତାଙ୍କୁ ପ୍ରଶ୍ନ ଯେ ସେ କଣ ପାକିସ୍ତାନ କିମ୍ବା ବାଂଲାଦେଶରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି।
ଉଲ୍ଲେଖ ଯୋଗ୍ୟ, ସିଏବି ଆସିବା ଠାରୁ ହିଁ ଆଇନରେ ପରିଣତ ହେବାପର୍ଯ୍ୟନ୍ତ ଓୱେସି ଲଗାତାର ଭାବେ ଏହାର ବିରୋଧ କରୁଛନ୍ତି। ମୁସଲମାନମାନଙ୍କ ବିରୋଧରେ ଏହି ଆଇନ ହୋଇଥିବା ସେ କହିଛନ୍ତି। ଏହାର ବିରୋଧ କରି ସେ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories