www.samajalive.in
Monday, December 8, 2025
20.1 C
Bhubaneswar

୨୦୧୯ ନିର୍ବାଚନ ପାଇଁ ବିଜେପି ଦେଇଥିବା ଆସନ ଗ୍ରହଣୀୟ ନୁହେଁ: ଖୁସୱା

ପାଟନା : ଆଗାମୀ ଲୋକସଭା ନିର୍ବାଚନ ବିଜେପି ତାଙ୍କ ଦଳକୁ ଯେଉଁ ସଂଖ୍ୟକ ଆସନ ଦେଇଛି ତାହା ଗ୍ରହଣୀୟ ନୁହେଁ ବୋଲି ଏନଡିଏ ଅଂଶୀଦାର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି) ମୁଖ୍ୟ ଉପେନ୍ଦ୍ର ଖୁସୱା କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କ ଦଳକୁ କେତେ ସଂଖ୍ୟକ ଆସନ ଦେଇଛି ତାହା ଖୁସୱା ପ୍ରକାଶ କରିନାହାନ୍ତି। ନଭେମ୍ବର ୩୦ରେ ବିହାରରେ ଥିବା ଏନଡିଏ ଅଂଶୀଦାରଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହେବ। ଏହା ପୂର୍ବରୁ ଆସନ ସମ୍ପର୍କରେ ସୂଚନା ଦେବାକୁ ଖୁସୱା ମନା କରିଛନ୍ତି। ବିହାରରେ ୪୦ଟି ଲୋକସଭା ଆସନ ରହିଥିବାବେଳେ ବିଜେପି ଓ ଜେଡିୟୁ ସମାନ ସଂଖ୍ୟକ ଆସନରେ ଲଢିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେବେ କିଏ କେତେ ଆସନରେ ଲଢିବେ ତାହା ସ୍ଥିର ହୋଇ ନାହିଁ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏନଡିଏ ସରକାରରେ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିବା ଖୁସୱା ଶନିବାର ଆରଏଲଏସପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହା କହିଛନ୍ତି। ବିହାରରେ ଏନଡିଏର ଅନ୍ୟତମ ପ୍ରମୁଖ ଅଂଶୀଦାର ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହିତ ଖୁସୱାଙ୍କ ସମ୍ପର୍କ ଠିକ୍‍ ନାହିଁ। ନିକଟରେ ଖୁସୱା ଦଳୀୟ କର୍ମୀଙ୍କ ହତ୍ୟାକୁ ନେଇ ନୀତୀଶଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories