www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ବୃନ୍ଦାବନ କଳସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୂବନେଶ୍ୱର:ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ବୃନ୍ଦାବନ କଳସଙ୍କ ଗତ କାଲି (୦୮-୦୫-୨୦୨୧, ଶନିବାର) ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେଦେହାନ୍ତ ହୋଇଛି। ସ୍ୱର୍ଗତ କଳସଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୩ ପୁଅ ଓ ବୋହୁ, ଝିଅ ଓ ଜ୍ୱାଇଁ, ନାତିନାତୁଣୀ ଥିଲେ।
ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ବୃନ୍ଦାବନ କଳସଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମିଷ୍ଟଭାଷୀ, ପରୋପକାରୀ ସ୍ବର୍ଗତ କଳସଙ୍କ ବିୟୋଗରେ ରାଜ୍ୟ ବିଜେପି ଜଣେ ନିଷ୍ଠାବାନ କାର୍ଯ୍ୟକର୍ତା ହରାଇଛି ବୋଲି ଶ୍ରୀ ମହାନ୍ତି ଶୋକ ବ୍ୟକ୍ତ କରି କହିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଅସମୟରେ ସ୍ୱର୍ଗତଃ କଳସଙ୍କ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି। ସ୍ୱର୍ଗତଃ କଳସଙ୍କ ବିୟୋଗରେ ରାଜ୍ୟ ବିଜେପିର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

 

- Advertisement -

ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ବୃନ୍ଦାବନ କଳସଙ୍କ ୧୯୯୦ ମସିହାରୁ ବିଜେପି ସହ ଜଡିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ୧୯୯୫ରେ ଖୋର୍ଦ୍ଧା ବିଧାନସଭା ଏବଂ ୧୯୯୬ରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ଥିଲେ। ଖୋର୍ଦ୍ଧା ଜିଲା ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟ କାର୍ଯ୍ୟାଳୟ ଦାୟିତ୍ୱ ସହ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠ ଦାୟିତ୍ୱରେ ବହୁ ଦିନ ଧରି ଥିଲେ। ଓସକାର୍ଡ ବ୍ୟାଙ୍କ ସଭାପତି, ପୁରୀ ଗ୍ରାମ୍ୟ ବ୍ୟାଙ୍କ ସଭାପତି ଭାବେ ନିଜ ଦାୟିତ୍ୱ ତୁଲାଇଥିଲେ। ଗତ ୨୦୧୯ ମସିହାରେ ସ୍ୱର୍ଗତ କଳସଙ୍କୁ ରାଜ୍ୟସ୍ତରୀୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଗତ ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ କଳସଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories