www.samajalive.in
Friday, December 12, 2025
19.1 C
Bhubaneswar

ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ, ସମାନ ଘଟଣା ପାଇଁ ପ୍ରଶାସନର ଦୋମୁହାଁ ନୀତି କାହିଁକି? : ବିଜେପି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟବ୍ୟାପୀ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ କରିଥିବାବେଳେ ଶାସକ ବିଜେଡି ଦଳ ଜାଣିଶୁଣି ଏହି ନିୟମ ଉଲ୍ଲଙ୍ଘନ କରୁଛି। ବିଶେଷ ଭାବେ କରୋନା ସଂକ୍ରମଣଜନିତ ସମସ୍ତ କଟକଣାକୁ ଜଳାଞ୍ଜଳୀ ଦେଇଚାଲିଛି। ଗହଳି କରିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହା ସତ୍ତ୍ବେ ଶାସକ ବିଜେଡି ତରଫରୁ ଗହଳି କରାଯାଇ ଆଚରଣ ବିଧି ଉଲ୍ଲଙ୍ଘନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଇନ ବିରୁଦ୍ଧ। ପ୍ରଶାସନ ସାମ୍ନାରେ ଏବଂ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଶାସକ ବିଜେଡି ଦଳ ବାରମ୍ବାର ଆଇନ ଉଲ୍ଲଙ୍ଘନ କରୁଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅନ୍ୟ ପକ୍ଷରେ ବିରୋଧୀ ଦଳଙ୍କ ପ୍ରତି ଜିଲା ପ୍ରଶାସନ ତରଫରୁ ଆକ୍ରୋଶମୂଳକ ବ୍ୟବହାର ପ୍ରଦର୍ଶନ କରାଯାଇ ହଇରାଣ କରାଯାଉଛି। ସମାନ ଘଟଣା ପାଇଁ ପ୍ରଶାସନର ଦୋମୁହାଁ ନୀତି କାହିଁକି ? ରାଜ୍ୟ ନିର୍ବାଚନ କମିଶନ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି।

ଗଞ୍ଜାମ ଜିଲାରେ ଧରାକୋଟ ବ୍ଲକ ପଞ୍ଚାୟତ ସମିତି ସଦସ୍ୟ ଭାବେ ଶାସକ ବିଜେଡି ପ୍ରାର୍ଥୀନି ସୁଲକ୍ଷଣା ଗୀତାଞ୍ଜଳୀ କୋଭିଡ କଟକଣାକୁ ଅମାନ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ପୂରଣ କରିବା ପାଇଁ ଯାଇଥିଲେ। ଯଦିଓ ଏହି ଘଟଣା ଜିଲା ପ୍ରଶାସନ ସମ୍ମୁଖରେ ଘଟିଥିଲା, ତଥାପି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଘଟଣା ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣ ( ଭିଡିଓ ସିଡି) ପ୍ରଦାନ କରାଯାଇଛି ଏବଂ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଏହି ଘଟଣାର ସମୀକ୍ଷା କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି। ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରବିଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories