www.samajalive.in
Sunday, December 7, 2025
15.1 C
Bhubaneswar

ଚଡେଇବନ୍ଧ ଲୋମହର୍ଷଣକାରୀ ଘଟଣା: ଦୋଷୀଙ୍କୁ ଘଣ୍ଟ ଘୋଡାଇବାର ଅପଚେଷ୍ଟା ବିରୁଦ୍ଧରେ ବିଜେଡିର ପ୍ରତିବାଦ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖରେ ବାଙ୍କୀ ବ୍ଲକ ଅନ୍ତର୍ଗତ କାଳିପୋଇ ଗ୍ରାମପଞ୍ଚାୟତର ଚଡେଇବନ୍ଧ ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ବିଜୁ ଜନତା ଦଳର କର୍ମୀ, ସମର୍ଥକ ଓ ନିର୍ବାଚିତ ପ୍ରତିନିଧିଙ୍କ ଗୃହଦାହ, ଲୁଟ୍‍ ଓ ବାସଗୃହ ଭାଙ୍ଗି ବହୁ ଗୃହ ଉପକରଣ ଭାଙ୍ଗିବା ସହିତ ମହିଳା, ଶିଶୁ ଓ ବୃଦ୍ଧ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ବିଜୁ ଜନତା ଦଳ ଏହି ଅଭିଯୋଗ ଆଣି ଆଜି ଚଡେଇବନ୍ଦ, କାଳିପୋଇ ଲୋମହର୍ଷଣକାରୀ ଘଟଣାରେ ଦୋଷୀକୁ ଘଣ୍ଟ ଘୋଡାଯାଉଥିବା ପ୍ରତିବାଦ କରିଛି। ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନକରିବା ଏବଂ ଘଟଣାରେ ଘଣ୍ଟ ଘୋଡାଯିବାର ଅପଚେଷ୍ଟା କଂଗ୍ରେସ ପକ୍ଷରୁ କରାଯାଉଥିବା ଅଭିଯୋଗ ଆଣି ଆଜି ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ପ୍ରତିବାଦ ସଭା ଓ ଧାରଣା ଦିଆଯାଇଛି। ସେଦିନର ବର୍ବରଚିତ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇ କଂଗ୍ରେସ ଦଳ ପକ୍ଷରୁ ଘଟାଯାଇଥିବା ଅମାନୁସିକ ଘଟଣାର ବିବରଣୀ ଧାରଣା ସଭାରେ ପାଠ କରାଯାଇଛି।

ଧାରଣାରେ ପ୍ରଦାନ କରାଯାଇଥିବା ବିବରଣୀ ଅନୁଯାୟୀ, ପ୍ରାୟ ୯ଜଣଙ୍କ ଘର ଉପରେ ଆକ୍ରମଣ, ଦୋକାନଘର ଭାଙ୍ଗିବା, ଟ୍ରାକ୍ଟର, ଟିପ୍ପର, ମଟରସାଇକେଲ, କାର, ସିସିଟିଭି, ରହିବା ଘର ଭଙ୍ଗାରୁଜା, ଗ୍ୟାସ ସିଲିଣ୍ଡର, କୃଷି ପମ୍ପସେଟ୍‍ ଆଦି ଭାଙ୍ଗିବା ଓ ଲୁଟ୍‍ କରାଯାଇଥିବା ସମ୍ପର୍କରେ ଆଲୋକପାତ କରାଯାଇଛି। ନଗର ବିଜେଡି ସଭାପତି ଭାଗିରଥି ବିଶ୍ୱାଳଙ୍କ ସଭାପତିତ୍ୱ ଏବଂ ବାଙ୍କୀ ଉପନଗରପାଳ ସନ୍ତୋଷ ରଣାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈଦେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡା, କନ୍ତପହଁରା ସରପଞ୍ଚ ଗତିକୃଷ୍ଣ ସ୍ୱାଇଁ, ୩୮ନଂ ଜିଲ୍ଲାପରିଷଦ ଜୋନ ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ବ୍ଲକ ବିଜେଡି ଯୁବ ସଭାପତି ସୁବାଷ ସ୍ୱାଇଁ, କିଆପଲ୍ଲାର କଂଗ୍ରେସ ଛାଡ଼ୀ ବିଜେଡିରେ ଯୋଗଦାନ କରିଥିବା ନେତା ପ୍ରମୋଦ କୁମାର ପଣ୍ଡା, କଟକ ଜିଲ୍ଲା ବିଜେଡି ଉପସଭାପତି ବିଜନ ସାହୁ, ସନାତନ ବେହେରା, ସମରେନ୍ଦ୍ର ମହାପାତ୍ର, ମାନସ କୁମାର ମହାପାତ୍ର ପ୍ରମୁଖ ଏଭଳି ବର୍ବରୁଚିତ ଓ ଅମାନୁସିକ ଘଟଣାକୁ ନିନ୍ଦା କରିବା ସହିତ ଦୋଷୀମାନଙ୍କୁ ଘଣ୍ଟ ଘୋଡାଉଥିବାର ଅପଚେଷ୍ଟା କରୁଥିବା କଂଗ୍ରେସ ବିରୁଦ୍ଧରେ ନିନ୍ଦା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଘଟଣାରୁ କଂଗ୍ରେସ ନିବୃତ୍ତ ନରହିଲେ ଏବଂ ପୁଲିସ ଓ ପ୍ରଶାସନ ଦୋଷୀମାନଙ୍କୁ ଗିରଫ ନକଲେ ବିଜେଡି ଦଳ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବାର ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ଚେତାବନୀ ଦିଆଯାଇଛି। ବିଜୁ ଜନତା ଦଳର ସଭାପତି ଅନନ୍ତ ଚରଣ ଦାସ, ଡମପଡା ବ୍ଲକ ବିଜୁ ଜନତା ଦଳର ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ, ବାଙ୍କୀ ଏନଏସି ବିଜୁ ଜନତା ଦଳର ସଭାପତି ହରେକୃଷ୍ଣ ଦାସଙ୍କ ସ୍ୱାକ୍ଷର ଥାଇ ୨ଦଫା ସମ୍ବଳିତ ଏକ ଦାବିପତ୍ର ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ଜେନା ଦାବୀପତ୍ର ଗ୍ରହଣ କରିଛନ୍ତି। କାଳିପୋଇ, ଚଡେଇବନ୍ଧ ଘଟଣାରେ ପ୍ରାଥମିକ ସୂଚନାରେ ଦିଆଯାଇଥିବା ସମସ୍ତ ସମାଜ ବିରୋଧୀ ବ୍ୟକ୍ତିଙ୍କୁ ଗିରଫ କରିବା ଏବଂ ଏହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିରୀହ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ପୁଲିସ ମୁତୟନ ସହିତ ସବୁ ସମୟ ପାଇଁ ପୁଲିସ ପଇଁତରା ବ୍ୟବସ୍ଥା କରିବା ପାଇଁ ବିଜେଡି ପକ୍ଷରୁ ଦାବୀ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories