www.samajalive.in
Monday, December 8, 2025
16.1 C
Bhubaneswar

ନବରଙ୍ଗପୁରରେ ଖୋଲିଲା ଶିଶୁ ବନ୍ଧୁତ୍ୱ ଥାନା

ନବରଙ୍ଗପୁର: ନବରଙ୍ଗପୁର ଆଦର୍ଶଥାନା ପରିସରରେ ଶିଶୁ ବନ୍ଧୁତ୍ୱ ଥାନା ଉଦ୍‍ଘାଟିତ ହୋଇଯାଇଛି। କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ବନ୍ଧୁତ୍ବ ଥାନା ଉଦ୍‍ଘାଟନ କରିଥିଲେ। ଏହାସହିତ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ଏଠାରେ ଶିଶୁ ମାନଙ୍କର ପାଇଁ ପାଠାଗାର ଉଦଘାଟିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ପ୍ରଥମ ପାଠାଗାର ଆରମ୍ଭ ହୋଇଛି ଏବଂ ଏହାପରେ ଉମରକୋଟ ଥାନାରେ ଏହା ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ସମସ୍ତ ଥାନାରେ ଏହି ପାଠାଗାର ଖୋଲାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସ କହିଥିଲ। ଅନ୍ୟମାନଙ୍କର ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନିହାର ରଞନ ପ୍ରଧାନ ଓ ଥାନା ଅଧିକାରୀ ତାରିକ ଅହମ୍ମଦ ଓ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories