www.samajalive.in
Wednesday, December 10, 2025
18.1 C
Bhubaneswar

ହରିପୁର ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ପିପିଲି :ପିପିଲି ଉପକଣ୍ଠ ନିମାପଡା ବ୍ଲକର ହରିପୁର ପଞ୍ଚାୟତରେ ବିଜେଡି ଦଳରେ ଏକ ବଡଧରଣର ମିଶ୍ରଣପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏକ ପ୍ରମୁଖ ରାଜନୈତିକ ଦଳର ବରିଷ୍ଟ ଯୁବନେତା ଦିଲିପ କୁମାର ସାହୁ ଓ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିକଟରେ ବିଜେଡି ଦଳରେ ଯୋଗଦେଇଛନ୍ତି।
ଏହି ଅବସରରେ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ନିମାପଡା ବ୍ଲକ ବିଜେଡି ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ନିମାପଡା ବିଧାୟକ ତଥା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଦାଶ ଙ୍କ ସମେତ ନିମାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଖଟେଇ, ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ସ୍ୱାଇଁ, ହରିପୁର ପଞ୍ଚାୟତ ବିଜେଡି ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ସରପଞ୍ଚ ଭାସ୍କର ସାହୁ, ସମିତିସଭ୍ୟ ଦିପକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଓ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟରେ ନିମାପଡା ବ୍ଲକକୁ ସମଗ୍ର ରାଜ୍ୟରେ ଏକ ନମ୍ବର ବ୍ଲକରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀଦାଶଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ।

 

- Advertisement -

ଏହି ଅବସରରେ ହରିପୁର ପଞ୍ଚାୟତର ଏକ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ଯୁବନେତା ଦିଲିପ କୁମାର ସାହୁ ଓ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସେମାନଙ୍କ ପୁରୁଣା ଦଳ ପରିତ୍ୟାଗ କରି ମନ୍ତ୍ରୀ ଶ୍ରୀଦାଶଙ୍କ ନିକଟରେ ବିଜେଡି ଦଳରେ ଯୋଗଦେଇଥିବା ବେଳେ ମନ୍ତ୍ରୀ ଶ୍ରୀଦାଶ ସେମାନଙ୍କୁ ଫୁଲତୋଡା ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିଜେଡି ସରକାରଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ମନ୍ତ୍ରୀ ଶ୍ରୀଦାଶଙ୍କ ଉପରେ ଅସ୍ଥାପ୍ରକଟ କରି ବିଜେଡି ଦଳରେ ଯୋଗଦେଇଥିବା ସଂପର୍କରେ ଦିଲିପ କୁମାର ସାହୁ ପ୍ରକାଶ କରିଥିଲେ। ଶ୍ରୀସାହୁଙ୍କ ସମେତ ତାଙ୍କର ଶତାଧିକ କର୍ମୀଙ୍କ ଯୋଗଦାନ ଆଗାମୀ ଦିନରେ ବିଜେଡି ଦଳକୁ ଅଧିକ ମଜବୁତ କରିବ ବୋଲି ମନ୍ତ୍ରୀ ଶ୍ରୀଦାଶ ପ୍ରକାଶ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories