www.samajalive.in
Friday, December 5, 2025
27.1 C
Bhubaneswar

ବ୍ରହ୍ମାକୁମାରୀ ଅନୁଷ୍ଠାନ ଦ୍ୱାରା ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସରେ ଚାରାରୋପଣ

ନବରଙ୍ଗପୁର: ସ୍ଥାନୀୟ ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମାକୁମାରୀ ଆନନ୍ଦ ସରୋବର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଜିଲାପାଳ ଡଃ.ଅଜିତ କୁମାର ମିଶ୍ର ଯୋଗଦେଇ ଏହି ଦିବସର ମହତ୍ତ୍ୱ ସଂପର୍କରେ କହିବା ସହ ପ୍ରକୃତିର ସଂରକ୍ଷଣ ପାଇଁ ସମସ୍ତେ ଚାରା ଲଗାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପରେ ଜିଲାପାଳ ଡଃ.ମିଶ୍ରଙ୍କ ସମେତ ଡିଏଫଓ ମଗରଧନଜୀରାଓସୋ ଚାରାରୋପଣ କରିଥିଲେ। ଅନୁଷ୍ଠାନର କ୍ଷେତ୍ରୀୟ ନିର୍ଦ୍ଦେଶିକା ରାଜଯୋଗୀନୀ ବ୍ରହ୍ମାକୁମାରୀ ନିଲମଜୀ, ସହକାରୀ ବନସଂରକ୍ଷକ ଧନୁର୍ଜୟ ମହାପାତ୍ର, ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବାଣେଶ୍ୱର ରାଓ ସୁବୁଦ୍ଧି ମଧ୍ୟ ଯୋଗଦେଇ ଚାରାରୋପଣ କରିଥିଲୋ ଏଥିରେ ଆମ୍ବ, ପଣସ, ନିମ୍ବ, ସଜନା ଇତ୍ୟାଦି ୩୩ ପ୍ରକାର ଚାରା ଲଗାଯାଇଥିଲା। ପରେ ନିଲମ ଦିଦିଜୀ ସମସ୍ତ ଅତିଥୀମାନଙ୍କୁ ଇଶ୍ୱରୀୟ ଉପହାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ନମିତା, ଗୀତା, ରାକ୍ଷୀ, ବିଦ୍ୟା ଓ ବ୍ରହ୍ମାକୁମାର ଗିରିଶଙ୍କ ସମେତ ବନବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories