ଝାଡ଼ଖଣ୍ଡର ଲୋହରଡ଼ଗା ଜିଲାର ଉଲିହାଟୁ ଗ୍ରାମରେ ୧୮୭୫, ନଭେମ୍ବର ୧୫େର ବିରସା ମୁଣ୍ଡାଙ୍କ ଜନ୍ମ। ୧୮୮୫ ସମୟର ଦୁର୍ଭିକ୍ଷ ଆଦିବାସୀଙ୍କୁ ଅଧିକ ଦରିଦ୍ର ଓ ଦୁର୍ବଳ କରିଥିଲା। ବିରସାଙ୍କ ନେତୃତ୍ବରେ ସମସ୍ତେ ଏକଜୁଟ୍ ହେଲେ। ତାଙ୍କୁ ଆଦିବାସୀମାନେ ନେତା ତଥା ଲୋକନାୟକ ଭାବେ ଗ୍ରହଣ କରି ବିକ୍ଷୋଭ ଆରମ୍ଭ କଲେ। ମୁଣ୍ଡା ଜାତିର ଆଦିବାସୀମାନେ ଧନୁ ଓ ତୀର ଧରି ବିରସାଙ୍କ ପରିଚାଳନାରେ ଅଗ୍ରସର ହେଲେ। ବ୍ରିଟିଶ୍ ଶାସକ ଆଉ ବିଳମ୍ବ ନ କରି ପୁଲିସ୍ ବାହିନୀ ପଠାଇଲେ। ବ୍ରିଟିଶ୍ ବାହିନୀ ପାଖେ ବିରସାଙ୍କ ସୈନ୍ୟ ହାରିଲେ। ପ୍ରାୟ ୩୦୦ ଆଦିବାସୀ ଓ ବିରସାଙ୍କୁ ଗିରଫ କରାଗଲା। ଜେଲରେ ଥିବା ସମୟରେ ୧୯୦୦ ମସିହା, ଜୁନ୍ ୯ରେ ସେ ପ୍ରାଣ ହରାଇଲେ। ବିରସା ମୁଣ୍ଡାଙ୍କ ସ୍ମୃତିରେ ସମଗ୍ର ଦେଶରେ ଅନେକ ସ୍ମୃତି ସ୍ତମ୍ଭମାନ ନିର୍ମାଣ ହୋଇଛି। ତାଙ୍କ ନାମରେ ରାଞ୍ଚି ବିମାନ ବନ୍ଦର, ଜେଲ୍, ଅନେକ ଶିକ୍ଷାନୁଷ୍ଠାନ ଥିବାବେଳେ ସେ ଏକମାତ୍ର ଆଦିବାସୀ ନେତା, ଯାହାଙ୍କର ଛବି ଦିଲ୍ଲୀର ସଂସଦ ଭବନରେ ସ୍ଥାନ ପାଇଛି।
ପ୍ରଫେସର ଶିବ ଚରଣ ନାୟକ


