www.samajalive.in
Monday, December 8, 2025
20.1 C
Bhubaneswar

ଆଜି ପବିତ୍ର ବିଜୟା ଦଶମୀ ; ରାବଣପୋଡ଼ି ପାଇଁ ବ୍ୟାପକ ଆୟୋଜନ

କଟକ : ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା। ସାରା ରାଜା ରାଜ୍ୟରେ ଆନନ୍ଦ, ଉଲ୍ଲାସ, ଶ୍ରଦ୍ଧା ଓ ଭକ୍ତିର ସହିତ ଦଶହରା ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଏବଂ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ସ୍ୱରୂପ ବିଜୟା ଦଶମୀ ପାଳନ କରାଯାଉଛି। ଭଗବାନ ରାମଙ୍କର ରାବଣ ଉପରେ ବିଜୟ ବା ଧର୍ମର ଜୟ-ପାପର କ୍ଷୟ ଏହି ସାମାଜିକ ବାର୍ତ୍ତାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏହି ପର୍ବ ପାଳନ କରାଯାଇଥାଏ । ଆଜି ମଧ୍ୟ ନବରାତ୍ରି ଓ ଦୁର୍ଗାପୂଜାର ଶେଷଦିନ।
ପୁରୀ ଶ୍ରୀ ମନ୍ଦିରରେ ଆଜି ଶ୍ରଜୀଉଙ୍କର ସୁନା ବେଶ ଅନୁଷ୍ଠିତ ହେଉଛି।
ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ ଓ ପୂଜାମଣ୍ଡପରେ ବିଜୟା ଦଶମୀ ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶହରା ପାଇଁ ଅନେକ ପ୍ରକାରର ଧାର୍ମୀକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଶକ୍ତି ପୀଠ ଓ ପୂଜାମଣ୍ଡପରେ ମାଆଙ୍କର ଅପରାଜିତା ପୂଜା ଅନୁଷ୍ଠିତ ହେଉଛି।


ବିଭିନ୍ନ ସ୍ଥାନରେ ଅସୁର ରାଜା ରାବଣ, ତାଙ୍କ ଭାଇ କୁମ୍ଭକର୍ଣ୍ଣ ଓ ପୁତ୍ର ମେଘନାଦ ଦହନ ପାଇଁ ଆୟୋଜନ କରାଯାଇଛି। ଅନ୍ୟ ପକ୍ଷରେ କମିଶନରେଟ ପୁଲିସ ପକ୍ଷରୁ ଭସାଣୀ ପାଇଁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories