www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର

ଭୁବନେଶ୍ବର: ବିଜେପୁରରେ ଉପନିର୍ବାଚନକୁ ନେଇ ହାଇଭୋଲଟେଜ୍ ପ୍ରଚାର ଜାରି ରହିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳ ବରିଷ୍ଠ ନେତାମାନେ ବିଜେପୁରରେ ଡେରା ପକାଇଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ପହଞ୍ଚି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ହେଉଛି ତାଙ୍କ ମାରାଥନ୍ ପ୍ରଚାରର ଦ୍ବିତୀୟ ଦିନ। ଶୁକ୍ରବାର ସକାଳେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ପହଞ୍ଚି ନିର୍ବାଚନ ପ୍ରଚାର ଆରମ୍ଭ କରି ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି। ତାଲପାଲି ବ୍ୟତୀତ ଆହୁରି ୧୪ଟି ସ୍ଥାନ​‌ରେ ରୋଡ୍‌-ଶୋ କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ବିଜେପୁର ଏନ୍ଏସି, ବରପାଲି ବ୍ଲକ୍‌ର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ପାଇଁ ବରିଷ୍ଠ ନେତା ନରସଂହ ମିଶ୍ର ଓ ସୁରେଶ ରାଉତାରାୟ ପ୍ରଚାର କରୁଛନ୍ତି । ଦିଲୀପ ପଣ୍ଡା ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories