www.samajalive.in
Monday, December 8, 2025
17.1 C
Bhubaneswar

‘ସହରୀ ବାଘ’ ନିରବିଲା ପରେ ଝୁରୁଛି ‘ସୁନାପଞ୍ଜୁରୀ’; ଅଭିନୟ ସମ୍ରାଟଙ୍କୁ ଅଶ୍ରୁଳ ବିଦାୟ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର,୨୧।୭: ଆଉ ପରଦାରେ ସେ ହସାଇବେନି କି କାହା ଆଖିରୁ ଲୁହ ଝରାଇବେନି। ​‌େ​‌କହି ତାଙ୍କୁ ପରଦାରେ ବାପା କିମ୍ବା ଭାଇ ବୋଲି ଡାକିବେନି। ରୁପା ଶଗଡ଼ିରେ ସେ ବସିବେନି କି ଜଗା ହାତରେ ପଘା ଧରିବେନି। କାହା ହାତ ଧରି ଆଗକୁ ଯିବାରେ ସାଥ୍‌ ଦେବେନି। ତାଗିଦ୍‌ କରି କହିବେନି, ଏମିତି ଅଭିନୟ କର। ମଞ୍ଚ ଆଉ ଚଳଚ୍ଚିତ୍ରରେ ନିଜକୁ ଅପରାଜେୟ ପ୍ରମାଣିତ କରିଥିବା ଅଭିନୟ ସମ୍ରାଟ ବିଜୟ ମହାନ୍ତିଙ୍କୁ ଅଶ୍ରୁଳ ବିଦାୟ ଜଣାଇଛି କଳା ଜଗତ। କରୋନା କଟକଣା ସତ୍ତ୍ବେ ବହୁ ସଂଖ୍ୟାରେ କଳାକାର, ଶୁଭେଚ୍ଛୁ ଏହି କିମ୍ବଦନ୍ତୀ ପ୍ରତିଭାଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

- Advertisement -

ପଞ୍ଚ ମହାଭୂତରେ ବିଲୀନ ହୋଇଛି ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର। ଦୀର୍ଘ ୪୩ ବର୍ଷ ଯାତ୍ରାର ଅବସାନ ହୋଇଛି। ଏହି ଅପ୍ରତିଦ୍ବନ୍ଦ୍ବୀ କଳାକାରଙ୍କ ଗତକାଲି ରାତିରେ ଏଠାରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହେବାପରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ସକାଳ ପ୍ରାୟ ୧୧ଟାରେ ଚନ୍ଦ୍ରଶେଖରପୁରସ୍ଥିତ ଘରୋଇ ହସ୍ପିଟାଲରୁ ଏକ ସୁସଜ୍ଜିତ ଗାଡ଼ିରେ ବିଜୟଙ୍କ ପାର୍ଥିବ ଶରୀର ବମିଖାଲସ୍ଥିତ ଘରକୁ ଅଣାଯାଇଥିଲା। ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ ପାଇଁ ଅନେକ କଳାକାରଙ୍କ ଭିଡ଼ ଲାଗିଥିଲା। ଓଡ଼ିଶା ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସଙ୍କ ସହିତ ଚଳଚ୍ଚିତ୍ର ନିର୍ଦେଶକ ବସନ୍ତ ସାହୁ, ଅଭିନେତା ଅଖିଳ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପ୍ରତିନିଧିଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ। ବମିଖାଲସ୍ଥିତ ଆପାର୍ଟମେଣ୍ଟରେ ବିଜୟଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ବନ୍ଧୁ, ପରିବାରବର୍ଗ, ପଡ଼ୋଶୀଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ତାଙ୍କ କର୍ମକ୍ଷେତ୍ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା। ଯେଉଁଠି ଅପେକ୍ଷା କରିଥିଲେ ଶତାଧିକ କଳାକାର, ଶୁଭେଚ୍ଛୁ ଏବଂ ତାଙ୍କଠାରୁ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀ। ଏଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ତାଙ୍କ ମରଶରୀରକୁ ସେଠାରେ ରଖାଯାଇଥିଲା। ଅନେକ ବରିଷ୍ଠ ନେତା, ମନ୍ତ୍ରୀ, କଳାକାର, ଶୁଭେଚ୍ଛୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ସାଂସଦ ପ୍ରଶାନ୍ତ ନନ୍ଦ, ଅପରାଜିତା ଷଡ଼ଙ୍ଗୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଅଭିନେତା, ପ୍ରାକ୍ତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଅଭିନେତା ରାଇମୋହନ ପରିଡ଼ା, ଅଜିତ ଦାସ, ପ୍ରଯୋଜକ ଶ୍ରୀଧର ମାର୍ଥା, ନିର୍ଦେଶକ ବସନ୍ତ ସାହୁ, ଉତ୍ତମ ମହାନ୍ତି, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ବିଦୁସ୍ମିତା, ସବ୍ୟସାଚୀ, ମନୋଜ ମିଶ୍ର, ହରିହର ମହାପାତ୍ର, ଗୁଡୁ, ଭୂପତି ତ୍ରିପାଠୀ, ସୁବୋଧ ପଟ୍ଟନାୟକଙ୍କ ସମେତ ନାଟ୍ୟ-ଚିତ୍ରଜଗତର ଅନେକ ବ୍ୟକ୍ତିତ୍ୱ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପତ୍ନୀ ତନ୍ଦ୍ରା ରାୟ, କନ୍ୟା ଯସ୍ମିନ୍‌, ପରିବାରବର୍ଗ ଉପସ୍ଥିତ ଥିଲେ।
ଏହାପରେ ସଙ୍ଗୀତ ମହାବିଦ୍ୟାଳୟ ପରିସରରରୁ ନାମସଂକୀର୍ତ୍ତନ କରାଯାଇ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଅନେକ ଶୁଭେଚ୍ଛୁ, କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଜ୍ୱାଇଁ ଦେବଦତ୍ତ ଦାସ ମୁଖାଗ୍ନି ଦେଇଥିଲେ। କରୋନା ମହାମାରୀ ନିୟମ ମାନି ଅନେକେ ଏହି ପ୍ରିୟ କଳାକାରଙ୍କ ଶେଷ ଦର୍ଶନ କରିଥିବାବେଳେ ପୁଲିସ ଅଧିକାରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories