www.samajalive.in
Sunday, December 7, 2025
14.1 C
Bhubaneswar

ପାଟନା ପୁଲିସ୍‍ ଲାଇନ ହିଂସାକାଣ୍ଡ: ୧୭୫ ନବନିଯୁକ୍ତ କନେଷ୍ଟବଳ ବହିଷ୍କୃତ

ପାଟନା : ପାଟନା ପୁଲିସ୍‍ ଲାଇନରେ ତାଲିମ ନେଉଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତ୍ୟୁକୁ ନେଇ ହିଂସାକାଣ୍ଡ ଭିଆଇବା ମାମଲାରେ ବିହାର ସରକାର ରବିବାର ୧୭୫ ଜଣ ପୁଲିସ୍‍ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରେ ୭୭ ଜଣ ନବନିଯୁକ୍ତ ମହିଳା ପୁଲିସ୍‍ କନେଷ୍ଟବଳ ଅଛନ୍ତି। ଏହାବାଦ୍‍ ବିଭାଗର ୨୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
୮ ପୁଲସ୍‍ କର୍ମୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ନବନିଯୁକ୍ତ କନେଷ୍ଟବଳ ତାଲିମ ନେଉଥିଲେ। ଚାକିରିରୁ ବହିଷ୍କୃତ କନେଷ୍ଟବଳଙ୍କ ବିରୋଧରେ ବିଶୃଙ୍ଖଳା, ହିଂସାକାଣ୍ଡ, ବରିଷ୍ଠ ପୁଲିସ୍‍ ଅଧିକାରୀଙ୍କୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଆଦି ଅଭିଯୋଗ ରହିଛି। ଏହି ମାମଲାରେ ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି। ଅପରପକ୍ଷରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ସେମାନେ କୋର୍ଟକୁ ଯିବେ ବୋଲି ବହିଷ୍କୃତ କନେଷ୍ଟବଳମାନେ କହିଛନ୍ତି।
ସୂଚନା ଅନୁଯାୟୀ ସେଠାରେ ତାଲିମ ନେଉଥିବା ସବିତା ନାମକ ଜଣେ ନବନିଯୁକ୍ତ କନେଷ୍ଟବଳଙ୍କ ଗତ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଛୁଟି ଦିଆନଯିବା ଓ ଚିକିତ୍ସା ପାଇଁ ସଠିକ୍‍ ବନ୍ଦୋବସ୍ତ କରାନଯିବାରୁ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସେଠାରେ ତାଲିମ୍‍ ନେଉଥିବା ଅନ୍ୟ କନେଷ୍ଟବଳମାନେ ହିଂସାକାଣ୍ଡ ଭିଆଇଥିଲେ। ସେମାନେ ପୁଲିସ୍‍ ଲାଇନରେ ଥିବା ଗାଡ଼ିକୁ ଜାଳିଦେବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହାସହ ଜଣେ ଆଇଏସ୍‍ ପାହ୍ୟାର ପୁଲିସ୍‍ ଅଧିକାରୀଙ୍କୁ ନିର୍ଧୁମ ପଟିଥିଲେ। ଏହି ଘଟଣାକୁ ନେଇ ବିହାର ସରକାର ତଦନ୍ତ ନିର୍ଦେଶ ଦେଇଥିଲେ। ତଦନ୍ତରେ ଦୋଷୀ ସାବ୍ୟସ୍ତ ନବନିଯୁକ୍ତ ପୁଲିସ୍‍ କନେଷ୍ଟବଳଙ୍କୁ ବହିଷ୍କାର ଓ କେତେଜଣ ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories