www.samajalive.in
Sunday, December 7, 2025
15.1 C
Bhubaneswar

ଏନ୍‍ଡିଏର ବିହାର ଆସନ ଭାଗବଣ୍ଟା ଚୂଡ଼ାନ୍ତ

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନ୍‍ଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରବିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏ ସମ୍ପର୍କରେ ଘୋଷଣା କରିଛନ୍ତି।
ଆସନ୍ତା ଲୋକସଭା ନିର୍ବାଚନରେ ୪୦ ଲୋକସଭା ଆସନ ବିଶିଷ୍ଟ ବିହାରରୁ ବିଜେପି ଓ ଜେଡିୟୁ ୧୭ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ରାମ ବିଳାସ ପାଶୱାନ୍‍ଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‍ଜେପି)କୁ ୬ଟି ଆସନ ମିଳିଛି। ରାମ ବିଳାଶ ପାଶୱାନ୍‍ଙ୍କୁ ଆଗାମୀ ଦିନରେ ବିହାରରୁ ରାଜ୍ୟସଭାକୁ ପଠାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏଥିସହିତ ଜେଡିୟୁର ବିଜେପି ସହିତ ସମାନ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା ଦାବି ପୂରଣ ହୋଇଛି ବୋଲି କୁହାଯାଉଛି।
ବିହାରରେ ଏନ୍‍ଡିଏର ଆସନ ବୁଝାମଣା ଦୀର୍ଘ ଦିନ ଧରି ଲଟକି ରହିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ସର୍ବାଧିକ ୨୨ଟି ଆସନରେ ଜୟଯୁକ୍ତ ହୋଇଥିବା ବେଳେ ମେଣ୍ଟ ପ୍ରାର୍ଥୀ ଏଲ୍‍ଜେପି ୬ଟି ଓ ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲ୍‍ଏସ୍‍ପି) ପ୍ରାର୍ଥୀ ୩ଟି ଆସନରେ ଜୟଯୁକ୍ତ ହୋଇଥିଲେ। ଅପରପକ୍ଷରେ ଜେଡିୟୁ ମାତ୍ର ୨ଟି ଆସନରେ ଜିତି ପାରିଥିଲା। ଏହି ଦୃଷ୍ଟିରୁ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାବି କରିଥିଲା। କିନ୍ତୁ ବିହାରର ଶାସକ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ସହିତ ସମାନ ସଂଖ୍ୟକ ଆସନରେ ଲଢ଼ିବା ଜିଦରେ ଅଟଳ ଥିଲେ। ଅପରପକ୍ଷରେ ଏଲଜେପି ଓ ଆରଏଲ୍‍ଏସ୍‍ପି ମଧ୍ୟ ଅଧିକ ଆସନ ଦାବି କରୁଥିଲେ। ବୃହତ ଦଳ ବିଜେପି ଓ ଜେଡିୟୁ ଅଧିକ ଆସନ ବାଣ୍ଟିନେଇ ଏଲ୍‍ଜେପି ଓ ଆରଏଲ୍‍ଏସ୍‍ପକୁ କମ୍‍ ଆସନ ଦେବା ଏକପ୍ରକାର ଚୂଡ଼ାନ୍ତ ବୋଲି ଜାଣିବା ପରେ ଆରଏଲ୍‍ଏସ୍‍ପି ମୁଖ୍ୟ ଉପେନ୍ଦ୍ର ଖୁସ୍‍ୱା ଏନ୍‍ଡିଏ ଛାଡ଼ିଥିଲେ। ସେହିପରି ପାଶ୍ୱାନ୍‍ ମଧ୍ୟ ନିଜ ଅସନ୍ତୋଷ ଜାହିର କରିଥିଲେ। ଏହାକୁ ଦେଖି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଭଳି ବୁଝାମଣା ହୋଇଥିବା ଦଳୀୟ ନେତୃତ୍ୱ ସଙ୍କେତ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories