www.samajalive.in
Saturday, December 6, 2025
26.1 C
Bhubaneswar

ଭୂଷଣ କମ୍ପାନୀ ପକ୍ଷରୁ ଲପଙ୍ଗାକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି

ରେଙ୍ଗାଲି : ଲପଙ୍ଗା ଗ୍ରାମକୁ ଭୁଷଣ ଷ୍ଟିଲ୍ କମ୍ପାନୀ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବାକୁ ଲପଙ୍ଗା ସରପଞ୍ଚ ପ୍ରଶାନ୍ତ ଗୁରୁ ଆଜି ଭୁଷଣ ଷ୍ଟିଲ୍ କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଲିଖିତ ଦାବି ଜଣାଇଛନ୍ତି। ଏକମାସ ମଧ୍ୟରେ ପିଇବା ପାଣି ଯୋଗାଣ ନ କେଲେ ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ଶ୍ରୀ ଗୁରୁ ତାଙ୍କ ଦାବିପତ୍ରରେ କହିଛନ୍ତି। ଲପଙ୍ଗା ଗ୍ରାମପଞ୍ଚାୟତର ଜମି ଦେଇ ପାଇପ୍ ଲାଇନ୍ ଯାଇଥିବାରୁ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଗତ ୪ବର୍ଷ ହେଲା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଶ୍ରୀ ଗୁରୁ କ୍ଷୋଭ ପ୍ରକାଶ କରିଛନ୍ତି।

ଏସଂକ୍ରାନ୍ତରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ କମ୍ପାନୀ ବର୍ତ୍ତମାନ ଦେବାଳିଆ ସ୍ଥିତିରେ ରହିଛି। ସ୍ଥିତିର ସୁଧାର ହେଲା ପରେ ଯେଉଁ ମେନେଜମେଣ୍ଟ୍ କମ୍ପାନୀକୁ ଚଳାଇବ ଉକ୍ତ ମେନେଜମେଣ୍ଟ୍ ଲପଙ୍ଗାକୁ ଅଗ୍ରାଧିକାର ଭିତ୍ତିରେ ପାଇପ୍ ଯୋଗେ  ପିଇବା ପାଣି ଯୋଗାଇଦେବ ବୋଲି ଆମେ ଜିଲ୍ଲାପ୍ରଶାସନ ପାଖ ରେ ଅଣ୍ଡରଟେକିଂ ଲେଖି ଦେଇଛୁ। ଆର୍ପିଡିଏସି ର ନିର୍ଦ୍ଦେଶ କ୍ରମେ ଲପଙ୍ଗା କୁ ପ୍ରତିଦିନ ୩ଟି ଟ୍ରାକ୍ଟର ଟେଙ୍କର ଏବଂ ଗୋଟିଏ ବଡ ଟେଙ୍କରରେ ପିଇବା ପାଣି ଯୋଗାଇ ଦିଆଯାଉଛି।  ପାନିୟ ଜଳ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ପିଇବା ପାଣି ଯୋଗାଣ ଜାରି ରହିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories