www.samajalive.in
Monday, December 8, 2025
27.1 C
Bhubaneswar

ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲା: କୁଆଡ଼େ ଗଲେ ୱେବ୍‌ ପୋର୍ଟାଲ ମାଲିକାଣୀ ?

ଭୁବନେଶ୍ବର: ଫଟୋଗ୍ରାଫର ମାନସ ସ୍ବାଇଁ ହତ୍ୟା ମାମଲା । ଧୀରେଧୀରେ ହତ୍ୟା ମାମଲାର ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସାମ୍ନାକୁ ଆସୁଛି ନୂଆନୂଆ ରୋମାଞ୍ଚକର ତଥ୍ୟ । ମାନସଙ୍କ ହତ୍ୟା ପଛରେ ୱେବ୍‌ ପୋର୍ଟାଲ ମାଲିକାଣୀଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଛି । ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ କାମରେ ମାନସଙ୍କୁ ଲଗାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ମିଳିଥିବା ସୂଚନା ଅନୁସାରେ ଅଶ୍ଳୀଳ ଚଳଚ୍ଚିତ୍ରର କିଛି ଭିଡିଓ ମାନସଙ୍କ ପାଖରେ ରହିଥିଲା । ସେହି ଭିଡିଓ ଗୁଡ଼ିକୁ ଫେରାଇବାକୁ ପୋର୍ଟାଲର ମାଲିକାଣୀ କହିଥିଲେ । ହେଲେ ଭିଡିଓ ଗୁଡିକୁ ମାନସ ଫେରାଇ ନଥିଲେ । ପରେ ତାଙ୍କୁ ସେହି ଘଟଣାରେ ଅପହରଣ କରାଯାଇଥିବା କୁହାଯାଉଛି ।

ସୂଚନା ମୁତାବକ ମାନସ ଚାନ୍ଦବାଲିର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥି​‌ଲେ । ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ତାଙ୍କୁ ଏକ ବୃଦ୍ଧାଶ୍ରମରେ ରଖି ମାଡ଼ ମରାଯାଇଥିଲା । ଏହି ଘଟଣାରେ ୫ଜଣ ଲୋକଙ୍କ ସହ ପୋର୍ଟାଲର ମାଲିକାଣୀଙ୍କ ସମ୍ପୃକ୍ତି ରହିଥିବା ସୂଚନା ରହିଛି । ବର୍ତ୍ତମାନ ୱେବ୍‌ ପୋର୍ଟାଲ ମାଲିକାଣୀ ଫେରାର ରହିଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories