ଯୌନ ନିର୍ଯାତନା ମାମଲା : ଅଭିଯୋଗ ଭିତ୍ତିହୀନ କହିଲେ ସୌରିନ୍‌

ଭୁବନେଶ୍ବର : ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରିନ୍‌ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। ସମୟ ଆସିଲେ ସବୁ ସତ ଜଣାପଡ଼ିବ। ପ୍ରକାଶ ଯେ, ଜୁନ୍‌ ୧୨ ତାରିଖରେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଥିଲେ । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଥିଲା। ଯୁବତୀଙ୍କ ଏତଲା ଆଧାରରେ ମହିଳା ଥାନା ପୁଲିସ ମାମଲା ମଧ୍ୟ ରୁଜୁ କରିଥିଲା। ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା କରାଯାଇଥିଲା।

Comments are closed.