ବ୍ୟାଙ୍କ ଋଣ ଠକେଇ ମାମଲା : ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ
ଭୁବନେଶ୍ବର: ବ୍ୟାଙ୍କ ଋଣ ଦେବା ନାଁରେ ଠକେଇ ମାମଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ବୟମ୍ ପ୍ରକାଶ ପରିଡାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତାଙ୍କ ନାମରେ ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ୨୦୧୫ରୁ ୨୦୧୭ ମଧ୍ୟରେ ଋଣ ଦେବା ନାଁରେ ଠକେଇ ହୋଇଥିଲା । ୨୪ଟି ଗାଡି ଲୋନ ଓ ସିସି ଲୋନ ଫେକ୍ ଆକାଉଣ୍ଟରେ ମଞ୍ଜୁର କରିଥିଲେ ସ୍ବୟମ୍ ପ୍ରକାଶ । ଅଭିଯୋଗ ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।
Comments are closed.